35.1 C
Bhubaneswar
Tuesday, May 26, 2026
Homeଓଡିଶାକଂଗ୍ରେସର ଆଉ ଦୁଇ ବିଧାୟକ ନିଲମ୍ବିତ

କଂଗ୍ରେସର ଆଉ ଦୁଇ ବିଧାୟକ ନିଲମ୍ବିତ

ଭୁବନେଶ୍ୱର : କଂଗ୍ରେସର ଆଉ ଦୁଇ ବିଧାୟକ ନିଲମ୍ବିତ । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗୃହରେ ବିଶୃଙ୍ଖଳା , ପ୍ରତିବାଦ ନେଇ କଂଗ୍ରେସର ଏହି ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ କରାଯାଇଥିଲା । ତାରା ବାହିନୀ ପତି ଏବଂ ରମେଶ ଜେନା ଏହି ଦୁଇ ଜଣଙ୍କୁ ଛାଡି ବାକି ୧୨ ବିଧାୟକ ନିଲମ୍ବିତ ହୋଇଥିଲେ ।କିନ୍ତୁ ଆଜି କଂଗ୍ରେସର ଆଉ ଦୁଇ ବିଧାୟକଙ୍କୁ ନିଲମ୍ବିତ କରାଯାଇଛି । ବିଧାନସଭାରୁ ୧୨ ଜଣ କଂଗ୍ରେସ ବିଧାୟକ ୭ ଦିନ ପାଇଁ ନିଲମ୍ବିତ ହୋଇଥିଲେ । ବିଧାୟକଙ୍କ ନିଲମ୍ବନ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ । ଗୃହରେ ଲଗାତାର ବିଶୃଙ୍ଖଳା ଦେଖାଦେଇଥିଲା । କଂଗ୍ରେସର ୧୪ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତି ।

୧. ରାମଚନ୍ଦ୍ର କାଡାମ
୨. ସିଏସ ରାଜନ ଏକ୍କା
୩. ଦାସରଥି ଗମାଙ୍ଗ
୪. ଅଶୋକ ଦାସ
୫. ସତ୍ୟଜିତ ଗମାଙ୍ଗ
୬. ସାଗର ଦାସ
୭. ପ୍ରଫୁଲ୍ଲ ପ୍ରଧାନ
୮. ମଙ୍ଗୁ ଖିଲ
୯. ପବିତ୍ର ସାଉନ୍ତା
୧୦. କାଡ୍ରାକା ଆପାଲାସ୍ୱାମୀ
୧୧. ନୀଳମାଧବ ହିକକା
୧୨. ସୋଫିଆ ଫିର୍ଦ୍ଦୋଶ
୧୩. ତାରା ପ୍ରସାଦ ବାହିନୀପତି
୧୪. ରମେଶ ଜେନା

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking