21.1 C
Bhubaneswar
Saturday, February 7, 2026
Homeଓଡିଶାସୁରକ୍ଷାକର୍ମୀ-କଂଗ୍ରେସ ନେତା ମୁହାଁମୁହିଁ

ସୁରକ୍ଷାକର୍ମୀ-କଂଗ୍ରେସ ନେତା ମୁହାଁମୁହିଁ

-ଲାଗିଲା ୧୬୩ ଧାରା

ଭୁବନେଶ୍ୱର: ମଙ୍ଗଳବାର ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ହଙ୍ଗାମା କରିଛି । ବିଧାୟକମାନେ ଭିତରେ ହଙ୍ଗାମା କରି ନିଲମ୍ବିତ ହୋଇଥିବାବେଳେ ବିଧାନସଭାକୁ ଯିବା ପାଇଁ ଜିଦ୍ କରି ବାହାରେ ବି କଂଗ୍ରେସ ନେତାମାନେ ହଙ୍ଗାମା କରିଛନ୍ତି। ବରିଷ୍ଠ ନେତାମାନଙ୍କ ସହ ସୁରକ୍ଷା କର୍ମୀଙ୍କର ଯୁକ୍ତିତର୍କ ହୋଇଥିବାବେଳେ ଅନ୍ୟ କଂଗ୍ରେସ ନେତାମାନଙ୍କ ସହ ଧସ୍ତାଧସ୍ତି ସ୍ଥିତି ସୃଷ୍ଟିହୋଇଛି। ବିଧାନସଭା ଭିତରକୁ ଛାଡ଼ି ହେବନାହିଁ ବୋଲି ସ୍ପଷ୍ଟ ଭାବେ ସୁରକ୍ଷା କର୍ମୀ କହିଥିବାବେଳେ ଯିବା ପାଇଁ ଜିଦ୍ କରି କଂଗ୍ରେସ ବିଧାୟକମାନେ ନାରାବାଜି କରିବା ସହ ଧାରଣାରେ ବସି ରହିଥିଲେ। କଂଗ୍ରେସର ଆନ୍ଦୋଳନକୁ ଆଖି ଆଗରେ ରଖି ବିଧାନସଭା ବାହାରେ ବି ୧୬୩ ଧାରା ଲାଗୁ କରାଯାଇଛି ।

୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ଘଟଣା କଂଗ୍ରେସରେ ହଟଚମଟ ସୃଷ୍ଟି କରିଛି। ଏହାର ପ୍ରତିବାଦ ବିଧାନସଭା ଭିତରେ ଓ ବାହାରେ ଦେଖିବାକୁ ମିଳିଛି। ନିଲମ୍ବିତ ବିଧାୟକମାନେ ଗୃହରେ ଥିବାବେଳେ ଲବିକୁ ଯିବା ବେଳେ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିବା ପ୍ରଚାର ହୋଇଥିଲା। ଯାହାକୁ ।ଇ କଂଗ୍ରେସର ବରିଷ୍ଠ ନେତାମାନେ ବିଧାନସଭା ଅଭିମୁଖେ ଯାଇଥିଲେ। ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ବିଧାନସଭା ଭିତରକୁ ଯିବାକୁ ଚାହିଁଥିଲେ। ତେବେ ପୁଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ। ଫଳରେ ବିଧାନସଭା ବାହାରେ କଂଗ୍ରେସ ନେତାମାନେ ଧାରଣା ବି ଦେଇଥିଲେ। ଏପରିକି ବହୁ କଂଗ୍ରେସ କର୍ମୀ ବିଧାନସଭା ବାହାରେ ଧାରଣା ଦେଇଥିଲେ। ତେବେ ପୁଲିସ ସେମାନଙ୍କୁ ଉଠାଇନେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking