17.1 C
Bhubaneswar
Tuesday, February 10, 2026
Homeଓଡିଶାଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ

ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ

ଯାଜପୁର: ଛାତ୍ରୀଙ୍କୁ ଅସଦାଚରଣ କରି ଅଭିଯୁକ୍ତ ଗିରଫ ହୋଇଛନ୍ତି। ହ୍ୟୁମାନ୍‌‌ ରାଇଟ୍ସ ପ୍ରୋଟେକ୍ସନ୍‌‌ ସେଲ ଟିମ୍‌‌ ଗୁଜୁରାଟରୁ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରିଥିବା ସୂଚନା ମିଳିଛି। ଯାଜପୁର ଜିଲ୍ଲା ବାଲିଆସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟାପକଙ୍କୁ ଛାତ୍ରୀ ନିର୍ଯାତନା ଅଭିଯୋଗରେ ଗିରଫ କରାଯାଇଛି। ଅଭିମନ୍ୟୁ ସାମନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ଜାନୁଆରୀ ୬ ତାରିଖରେ ପୀଡ଼ାତା ଛାତ୍ରୀ ଥାନାରେ ଅଭିଯୋଗ କରିଥିଲେ। ଅଧ୍ୟାପକଙ୍କ ଗିରଫ ଦାବିରେ କଲେଜ ଆଗରେ ପୀଡ଼ିତା ଛାତ୍ରୀ ଧାରଣାରେ ବସିଥିଲେ। ଅଭିଯୋଗ ପରେ ଅଭିଯୁକ୍ତ ଅଧ୍ୟାପକଙ୍କୁ ଯାଜପୁର ଜିଲାପାଳ ନିଲମ୍ବନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking