25.1 C
Bhubaneswar
Tuesday, February 24, 2026
Homeଦେଶ ବିଦେଶପ୍ରେମିକ ପାଖରୁ ଲୁଟିଲା ଚତୁର ପ୍ରେମିକା

ପ୍ରେମିକ ପାଖରୁ ଲୁଟିଲା ଚତୁର ପ୍ରେମିକା

ନୂଆଦିଲ୍ଲୀ: କୁହାଯାଏ ଯେ ପ୍ରେମରେ ପଡ଼ିଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଏ। ଅନେକ ସମୟରେ ଦେଖିବାକୁ ମିଳେ ପ୍ରେମରେ ଲୋକ ଏତେ ବୁଡ଼ି ରୁହନ୍ତି ଯେ, ସେ ଠିକ୍ ଏବଂ ଭୁଲ କ’ଣ ତାହା ଜାଣିପାରନ୍ତି ନାହିଁ। ଆଉ ସେହି ପ୍ରେମ କାହାଣୀ କେତେବେଳେ କେଉଁ ଭଳି ଭୟଙ୍କର ରୂପ ନିଏ ଯେ, ତାହା ଜଣିବା ବେଳକୁ ମୁଣ୍ଡ ବୁଲାଇଦିଏ। ଠିକ୍ ସେହିପରି ଜଣେ ବ୍ୟକ୍ତି ପ୍ରେମରେ ଏତେ ଅନ୍ଧ ଥିଲେ ଯେ, ତାଙ୍କ ପାଖରୁ ମହିଳା ଜଣଙ୍କ କେତେବେଳେ ଏତେଟଙ୍କା ଲୁଟି ନେଲେ ଯେ, ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ।

ଆଉ ଜାଣିବା ବେଳକୁ ସବୁ କିଛି ସରାଯାଇଥିଲା। ହଁ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଯିଏକି ପୂର୍ବରୁ ୨ ଛୁଆର ମାଆ ହୋଇସାରିଛନ୍ତି। ହେଲେ ନିଜ ପ୍ରେମ ଜାଲରେ ଫସାଇ ପ୍ରେମିକ ପାଖରୁ ମୋଟା ଅଙ୍କର ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ଆଉ ପ୍ରେମିକ ଜଣକ ପ୍ରେମରେ ଏତେ ଅନ୍ଧ ଥିଲେ ଯେ। କେତେବେଳେ ତାଙ୍କ ପକେଟରୁ ଟଙ୍କା ଲୁଟ୍ ହୋଇଗଲା ସେ ନିଜେ ମଧ୍ୟ ଜାଣିପାରିଲେ ନାହିଁ। ଲୌରା ମ୍ୟାକଫର୍ସନ ନାମକ ଜଣେ ମହିଳା। ଯିଏ ତାଙ୍କ ପ୍ରେମିକ ଜନ୍ ଲିଓନାର୍ଡଙ୍କୁ ତାଙ୍କ ମିଛ ପ୍ରେମ ଜାଲରେ ଫସାଇ ଦେଇଥିଲେ। ଆଉ ଯେତେବେଳେ ଜନ୍ ତାଙ୍କ ପ୍ରେମ ଜାଲରେ ଫସିଗଲେ, ସେତେବେଳେ ଲୌରା ନିଜ ଅସଲ ଖେଳ ଖେଲିବା ଆରମ୍ଭ କଲେ। ଟଙ୍କା ଲୁଟିବା ପାଇଁ ନୂଆ ପ୍ଲାନ କଲେ।

ମ୍ୟାକଫର୍ସନ ତାଙ୍କ ପ୍ରେମିକଙ୍କୁ ଡେଟିଂ କରିବାର କିଛି ସମୟ ପରେ କହିଥିଲେ ଯେ ତାଙ୍କୁ ଟର୍ମିନାଲ କର୍କଟ ରୋଗ ହୋଇଛି। ତାଙ୍କ ମିଛକୁ ସତ୍ୟ ପ୍ରମାଣିତ କରିବା ପାଇଁ, ମ୍ୟାକଫର୍ସନ ଅନେକ ହସ୍ପିଟାଲ ଏବଂ ବିଶେଷଜ୍ଞଙ୍କୁ ତାଙ୍କ ଗସ୍ତର ନକଲି ଫଟୋ ମଧ୍ୟ ସେୟାର କରିଥିଲେ। ଯାହା ଯୋଗୁଁ ଜନ୍ ସମ୍ପୂର୍ଣ୍ଣ ନିଶ୍ଚିତ ହୋଇଗଲେ ଯେ ତାଙ୍କୁ କର୍କଟ ରୋଗ ହୋଇଛି। ତା’ପରେ ଲିଓନାର୍ଡ କେବଳ ମ୍ୟାକଫରସନଙ୍କ ଜୀବନକୁ ଯେକୌଣସି ଉପାୟରେ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ଏହା ପରେ, ଜନ୍ ମ୍ୟାକଫର୍ସନଙ୍କୁ ବହୁତ ଟଙ୍କା ସାହାଯ୍ୟ କରିଥିଲେ। ପାଖାପାଖି ୨୪ ଲକ୍ଷ ଟଙ୍କା। ଏବଂ ସେ ଏହି ଟଙ୍କାକୁ କେମୋଥେରାପି ବଦଳରେ ସ୍ତନ ଅସ୍ତ୍ରୋପଚାର ଏବଂ ବିଦେଶ ଯାତ୍ରା ପାଇଁ ବ୍ୟବହାର କରିଥିଲେ। ଯେଉଁଥିରେ ଅଷ୍ଟ୍ରିଆର ଏକ ବିଳାସପୂର୍ଣ୍ଣ ସୁସ୍ଥତା କେନ୍ଦ୍ରରେ ରହିବା ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ନିଜର ଇଚ୍ଛା ପୂରଣ କରିବା ପାଇଁ, ସେ ଏହି ରୋଗର ଅଭିନୟ କରି କେବଳ ତାଙ୍କ ପ୍ରେମିକଙ୍କୁ ନୁହେଁ ବରଂ ତାଙ୍କ ବନ୍ଧୁ, ପରିବାର ଏବଂ ଏପରିକି ତାଙ୍କ ୧୨ ବର୍ଷର ଝିଅକୁ ମଧ୍ୟ ଭ୍ରମିତ କରିଥିଲେ। ଯାହା ଦ୍ୱାରା ସେ ତାଙ୍କର ଇଚ୍ଛା ପୂରଣ କରିପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking