18.1 C
Bhubaneswar
Sunday, December 21, 2025
Homeଓଡିଶାତାଣ୍ଡବ ରଚିବ କାଳବୈଶାଖୀ !

ତାଣ୍ଡବ ରଚିବ କାଳବୈଶାଖୀ !

ବୌଦ୍ଧ: ବୌଦ୍ଧରୁ ଆରମ୍ଭ କରି ଟିଟିଲାଗଡ଼ ସବୁଠି ତାତିକୁ ନେଇ କଲବଲ ଲୋକେ । ଲଗାତାର ଦୁଇ ଦିନ ଧରି ବୌଦ୍ଧ ସହର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଗତକାଲି ଦେଶର ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଶନିବାର ବୌଦ୍ଧ ସହର ୪୨.୫ ଡିଗ୍ରୀ ତାପମାତ୍ରା ସହ ଦେଶର ସବୁଠୁ ତତଲା ସହର ପାଲଟିଥିଲା । ୨୪ ଘଣ୍ଟା ଭିତରେ ସହରର ତାପମାତ୍ରା ୧.୧ ଡିଗ୍ରୀ ବୃଦ୍ଧି ପାଇଛି ।  ଉତ୍ତପ୍ତ ବାୟୁମଣ୍ଡଳ ତଥା ବାୟୁମଣ୍ଡଳର ଉପରି ଭାଗରେ ସମ୍ଭାବ୍ୟ ନିମ୍ନ ଚାପ ରେଖା ସଂସ୍ପର୍ଶରେ ଆସି କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୯ ରୁ ୨୨ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯଥେଷ୍ଟ ଅଧିକ ରହିବ । ଏହି ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା, ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ଏବଂ ଝଟକା ୭୦ କିମି ଯାଏଁ ତଥା କିଛି ଅଞ୍ଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking