32.1 C
Bhubaneswar
Tuesday, May 19, 2026
Homeଓଡିଶାପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ମେ’ ୪ରୁ ପରୀକ୍ଷା

ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ: ମେ’ ୪ରୁ ପରୀକ୍ଷା

ଭୁବନେଶ୍ୱର: ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ସ୍ନାତକୋତ୍ତର ବା ପିଜି ନାମଲେଖା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆସନ୍ତା ୨୮ତାରିଖ ଯାଏ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୯ ତାରିଖରେ ସଂଶୋଧନ କରିପାରିବେ। ଏପ୍ରିଲ୍ ୨୮ ତାରିଖରେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ୱେବସାଇଟ୍‌ରେ ଆଡମିଟ୍ କାର୍ଡ ଉପଲବ୍‌ଧ ହେବ। ଏହାପରେ ମେ’ ୪ରୁ ୧୮ ତାରିଖ ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ। ମେ’ ୨୬ ପରେ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଚଳିତଥର ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇବା ପୂର୍ବରୁ ନାମଲେଖା ହେବ ବୋଲି ବିଭାଗ ସ୍ପଷ୍ଟ କରିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତବର୍ଷ ଶୀଘ୍ର ନାମଲେଖା କରିବା ସହ ଏକାଧିକ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ପ୍ରବେଶିକା ପରୀକ୍ଷା ସହ କ୍ୟାରିଅର ମାର୍କ ମିଶି ମେଧା ତାଲିକା ପ୍ରକାଶ ପାଉଥିଲା। ଚଳିତଥର କ୍ୟାରିଅର ମାର୍କକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। କେବଳ ପ୍ରବେଶିକା ପରୀକ୍ଷାରେ ରଖିଥିବା ନମ୍ବର ଅନୁଯାୟୀ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ନାମଲେଖା ୪ଟି ରାଉଣ୍ଡରେ ହେବ। ଏହା ସରିବା ପରେ ବଳକା ସିଟ୍‌କୁ ଦେଖି ଦ୍ୱିତୀୟ ପର୍ଯ୍ୟାୟ ବା ସ୍ପଟ୍ ନାମଲେଖା ହେବ। ଚୟନ ହୋଇଥିବା ପିଲାମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ଅନ୍ୟଥା ନାମଲେଖା ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ବାଦ୍ ପଡ଼ିବେ। ଛାତ୍ରବୃତ୍ତି ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଆବେଦନ ସମୟରେ ଜାତି, ବାସଗୃହ ଓ ରୋଜଗାର ପ୍ରମାଣପତ୍ର ଅପଲୋଡ୍ କରିବା ବାଧ୍ୟତାମୂଳକ ବୋଲି ଦର୍ଶାଯାଇଛି। ସେହିପରି ସ୍ନାତକ ପରୀକ୍ଷାଫଳ ପ୍ରକାଶ ପାଇନଥିଲେ ମଧ୍ୟ ତା’ ପୂର୍ବରୁ ନାମଲେଖା ହେବ ବୋଲି ବିଭାଗ ସ୍ପଷ୍ଟ କରିଛି। ନାମ ଲେଖାଇଥିବା ପିଲାମାନଙ୍କୁ ଦୁଇ ମାସ ମଧ୍ୟରେ ସେମାନଙ୍କ ସ୍ନାତକ ବା ତତୁଲ୍ୟ ସାର୍ଟିଫିକେଟ୍ ଦାଖଲ କରିବାକୁ କୁହାଯାଇଛି। ଯେଉଁମାନେ ସାର୍ଟିଫିକେଟ୍ ଦାଖଲ କରିପାରିବେ ନାହିଁ ବା ଆବଶ୍ୟକ ନମ୍ବର ରଖିପାରିବେ ନାହିଁ, ସେମାନଙ୍କ ନାମଲେଖା ବାତିଲ୍ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking