19.1 C
Bhubaneswar
Thursday, February 12, 2026
Homeଓଡିଶାଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡରେ ନେବା ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ମିଶନ ମୋଡରେ ନେବା ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି “ଲକ୍ଷପତି ଦିଦି” ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ।

ଏହି କାର୍ଯ୍ୟକ୍ରମରେ କମ୍ଯୁନିଟି ସପୋର୍ଟ ଷ୍ଟାଫ ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ସମ୍ଭାବ୍ୟ ଲକ୍ଷପତି ଦିଦି ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରିପାରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯିବ। ଏହି ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, ବ୍ୟବସାୟ ବୃଦ୍ଧି ଆଦି ଉପରେ ସବିଶେଷ ଦୃଷ୍ଟି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ଏତଦବ୍ୟତୀତ ଯେଉଁ ମହିଳାମାନେ ଅଦ୍ୟାବଧି ଲକ୍ଷପତି ଦିଦି ହେଇସାରିଛନ୍ତି, ଏହି କାର୍ଯ୍ୟକ୍ରମରେ ସେମାନେ ତାଙ୍କର ପ୍ରେରଣାଦାୟୀ ଆଲୋଚନା ମାଧ୍ୟମରେ ଅନ୍ୟ ସମ୍ଭାବ୍ୟ ଲକ୍ଷପତି ଦିଦି ମାନଙ୍କୁ ଉତ୍ସାହିତ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking