33.1 C
Bhubaneswar
Monday, March 30, 2026
Homeଦେଶ ବିଦେଶନ୍ୟୁଜିଲ୍ୟାଣ୍ଡ ଭାରତ ପାଇଁ ୨୫୨ ରନର ଟାର୍ଗେଟ ରଖିଛି

ନ୍ୟୁଜିଲ୍ୟାଣ୍ଡ ଭାରତ ପାଇଁ ୨୫୨ ରନର ଟାର୍ଗେଟ ରଖିଛି

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ ୨୫୨ ରନର ଟାର୍ଗେଟ ଦେଇଛି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତିଥିଲା। ଦଳ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୬୩ ରନ କରିଥିଲେ। ଯେତେବେଳେ ମାଇକେଲ ବ୍ରେସୱେଲ ୫୩ ରନର ଅପରାଜିତ ଇନିଂସ ଖେଳିଥିଲେ। ମିଚେଲ ଗ୍ଲେନ୍ ଫିଲିପ୍ସ (୩୪)ଙ୍କ ସହ ୫୭ ଏବଂ ମାଇକେଲ୍ ବ୍ରେସୱେଲଙ୍କ ସହ ୪୭ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ। ରାଚିନ ରବିନ୍ଦ୍ର (୩୭), ୱିଲ୍ ୟଙ୍ଗ (୧୫) ଏବଂ କେନ୍ ୱିଲିୟମ୍ସନ୍ (୧୧) ବଡ଼ ଆରମ୍ଭ ଦେଇପାରିଲେ ନାହିଁ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରବିନ୍ଦ୍ର ଜାଡେଜା ଏବଂ ଏମ.ଡି. ଶାମି ୧-୧ ୱିକେଟ୍ ପାଇଥିଲେ।

ଭାରତରୁ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଏବଂ ବରୁଣ ଚକ୍ରବର୍ତ୍ତୀ ଖେଳୁଥିବା ବେଳେ ନ୍ୟୁଜିଲ୍ୟାଣ୍ଡରୁ ମିଚେଲ ସାଣ୍ଟନର (ଅଧିନାୟକ), ୱିଲ ୟଙ୍ଗ, ରାଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଟମ୍ ଲାଥାମ (ୱିକେଟକିପର), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ, ନାଥନ ସ୍ମିଥ, କାଇଲ ଜାମିସନ ଏବଂ ୱିଲିୟମ ଓ’ରୌର୍କ। ଖେଳୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking