14.1 C
Bhubaneswar
Sunday, December 7, 2025
Homeଓଡିଶାସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ସହାୟତା ରାଶି...

ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର: ଓଡିଶା ସରକାରଙ୍କର ସର୍ବବୃହତ ମହିଳା କଲ୍ୟାଣକାରୀ ଯୋଜନା “ସୁଭଦ୍ରା”ର ପ୍ରଥମ କିସ୍ତି ବିତରଣର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ୟୁ ଟିଉବ ଲାଇଭ ରେ ଓଡ଼ିଶାର ଜନସାଧାରଣଙ୍କ ସହ ସିଧାସଳଖ କଥା ହୋଇ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାରରୁ ଊର୍ଦ୍ଧ୍ଵ ମା ଓ ଭଉଣୀ ମାନଙ୍କୁ ପ୍ରଥମ କିସ୍ତି ୫୦୦୦ ଟଙ୍କା ଲେଖାଏଁ ମୋଟ ୧୧୭ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ଅର୍ଥରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡ଼ିବିଟି ମାଧ୍ୟମରେ ପ୍ରେରଣ କରିଛନ୍ତି । ମହିଳା ସଶକ୍ତିକରଣର ଏହି ଜନକଲ୍ୟାଣକାରୀ ପ୍ରୟାସରେ ସୁଭଦ୍ରା ହେଉଛି ଏକ ଉଲ୍ଲେଖନୀୟ ପ୍ରୟାସ। ସୁଭଦ୍ରା ମା’ ଙ୍କ କୃପାରୁ ଆଜି ଆମେ ସୁଭଦ୍ରା ଯୋଜନାର ଏତେ ବଡ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଆସନ୍ତାକାଲି (ତା ୦୭/୦୩/୨୦୨୫ରିଖରେ) ଘରେ ଘରେ ଥିବା ସମସ୍ତ ସୁଭଦ୍ରା ତଥା ମା ଓ ଭଉଣୀମାନଙ୍କୁ ଦୀପ ଜଳାଇବା ପାଇଁ ଅନୁରୋଧ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା। ଆଭାଷୀ ମାଧ୍ୟମରେ ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସମାଜସେବୀ ଓ ହିତାଧିକାରୀମାନଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇ ଓଡ଼ିଶାର ମହିଳାମାନଙ୍କ ଆର୍ଥିକ ସମୃଦ୍ଧି ଓ ସମ୍ମାନ ବୃଦ୍ଧି ପାଇଁ ‘ସୁଭଦ୍ରା’ ଓଡ଼ିଶାରେ ଯୁଗାନ୍ତକାରୀ ଏବଂ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ବୋଲି ଉଲ୍ଲେଖ କଲେ । ସୁଭଦ୍ରା ଯୋଜନାକୁ ଆହୁରି ସଶକ୍ତ କରି ମହିଳାମାନଙ୍କ ଦକ୍ଷତା ବିକାଶକୁ ଗୁରୁତ୍ଵ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ସୁଭଦ୍ରାରେ ପ୍ରଥମ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ଭୁବନେଶ୍ଵରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ୨୫,୨୯,୭୨୦ ଜଣ, ଏହିପରି ଦ୍ଵିତୀୟ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ମୟୂରଭଞ୍ଜର ବାରିପଦା ଠାରେ ୩୫,୦୦,୦୦୪ ଜଣ, ତୃତୀୟ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମ ସୁନ୍ଦରଗଡଠାରେ ୨୦,୦୦,୦୧୭ ଜଣ ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ଵ, ଏହିପରି ମୋଟ ୯୮ ଲକ୍ଷରୁ ଊର୍ଦ୍ଧ୍ଵ ଓଡିଶାର ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ମାନେ ଏହି ଯୋଜନା ରେ ଲାଭାନ୍ଵିତ ହୋଇ ସାରିଛନ୍ତି। ଆଜିର ପଞ୍ଚମ ପର୍ଯ୍ୟାୟର ୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୫୦୦୦ ଟଙ୍କା ଲେଖାଏଁ ମୋଟ ୧୧୭ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ପ୍ରେରଣ କରାଯାଇଛି । ଏହାକୁ ମିଶାଇ “ସୁଭଦ୍ରା”ରେ ଏକ କୋଟି ୬୪ ହଜାର ଉର୍ଦ୍ଧ୍ଵ ମହିଳାଙ୍କ ନିକଟକୁ ୫ ହଜାର ୩୨ କୋଟିରୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ଅର୍ଥରାଶି ବିତରଣ କାର୍ଯ୍ୟକ୍ରମ ରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନଙ୍କୁ ସୁଭଦ୍ରାର ସଫଳତା ପାଇଁ ସେମାନଙ୍କର ଯୋଗଦାନକୁ ସ୍ବୀକୃତି ପୂର୍ବକ ସ୍ଵତନ୍ତ୍ର ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ । ଏହି କ୍ରମରେ ପ୍ରତ୍ୟେକ ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ଏବଂ ପ୍ରତ୍ୟେକ ଅଙ୍ଗନବାଡି ସହାୟିକାଙ୍କୁ ୫୦୦ଟଙ୍କା ପ୍ରଦାନ କରାଯିବ। ରାଜ୍ୟ ସରକାର ଏହା ନିମନ୍ତେ ୧୪ କୋଟିରୁ ଉର୍ଦ୍ଧ ଟଙ୍କାର ଖର୍ଚ୍ଚ ବହନ କରିବେ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ସହ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଓ ସୁଭଦ୍ରା ଯୋଜନା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking