ଭୁବନେଶ୍ୱର: ବିଜୁବାବୁଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ବିଜୁ ପଟ୍ଟନାୟକ ଆଧୁନିକ ଓଡିଶା ନିର୍ମାତା । ମୁଖ୍ୟମନ୍ତ୍ରୀ ହିସାବରେ ଓଡିଶା ପ୍ରତି ତାଙ୍କର ଅବଦାନ ଅତୁଳନୀୟ ରହିଛି । ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ଉପସ୍ଥିତ ଥିଲେ ।










