19.1 C
Bhubaneswar
Wednesday, February 11, 2026
Homeଓଡିଶାଖୁବ୍ ଶୀଘ୍ର ଓଡ଼ିଶାରେ ଚାଲିବ ସବୁଜ ହାଇଡ୍ରୋଜେନ୍ ବସ୍

ଖୁବ୍ ଶୀଘ୍ର ଓଡ଼ିଶାରେ ଚାଲିବ ସବୁଜ ହାଇଡ୍ରୋଜେନ୍ ବସ୍

ଭୁବନେଶ୍ୱର:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିସନ ଅନ୍ତର୍ଗତ ପରୀକ୍ଷାମୂଳକ ଭାବରେ ଓଡ଼ିଶାରେ ଖୁବ୍ ଶୀଘ୍ର ସବୁଜ ହାଇଡ୍ରୋଜେନ୍ ବସ୍ ପ୍ରଚଳନ କରାଯିବ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ (ଏମଏନଆରଇ) ଭୁବନେଶ୍ୱର-କୋଣାର୍କ-ପୁରୀ ରୁଟ୍ ସମେତ ଦେଶର ବିଭିନ୍ନ ରୁଟ୍‌ରେ ମୋଟ ୩୭ଟି ଯାନ (ବସ୍ ଏବଂ ଟ୍ରକ୍) ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହିତ  ନଅଟି ହାଇଡ୍ରୋଜେନ୍ ରିଫ୍ୟୁଏଲ୍ ଷ୍ଟେସନ୍ ସହିତ ପାଞ୍ଚଟି ପାଇଲଟ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି।ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଆରଏଆଇ)  ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ୧୯.୫ କୋଟି ଟଙ୍କା ନିବେଶରେ ଓଡ଼ିଶାରେ ସବୁଜ ହାଇଡ୍ରୋଜେନ୍ ବସ୍ କାର୍ଯ୍ୟକାରୀ କରିବ ବୋଲି ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ୍ (ଏନଟିପିସି), ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା (ଗ୍ରୀଡକୋ) ଏବଂ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି) ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି। ପରୀକ୍ଷାମୂଳକ ଭାବରେ ସବୁଜ ହାଇଡ୍ରୋଜେନ୍ ବସ୍ ପ୍ରଚଳନ କରାଯିବା ପାଇଁ ଅନ୍ୟ ଯେଉଁ ରୁଟ୍‌ଗୁଡ଼ିକ ରହିଛି ସେଗୁଡ଼ିକ ହେଉଛି ଗ୍ରେଟର ନୋଏଡା-ଦିଲ୍ଲୀ-ଆଗ୍ରା, ଅହମ୍ମଦାବାଦ-ବଡୋଦରା-ସୁରଟ, ସାହିବାବାଦ-ଫରିଦାବାଦ-ଦିଲ୍ଲୀ, ପୁଣେ-ମୁମ୍ବାଇ, ଜାମସେଦପୁର-କଳିଙ୍ଗ ନଗର, ତିରୁବନନ୍ତପୁରମ-କୋଚି, କୋଚି-ଏଡାପାଲି, ଜାମନଗର-ଅହମ୍ମଦାବାଦ, ଏବଂ ଏନଏଚ-୧୬ ବିଶାଖାପାଟଣା-ବାୟାଭରମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking