29.1 C
Bhubaneswar
Tuesday, April 28, 2026
Homeଓଡିଶାନାବାଳିକା ଗର୍ଭପାତ ପାଇଁ ସରକାର ଏସଓପି ଜାରି କରନ୍ତୁ : ହାଇକୋର୍ଟ

ନାବାଳିକା ଗର୍ଭପାତ ପାଇଁ ସରକାର ଏସଓପି ଜାରି କରନ୍ତୁ : ହାଇକୋର୍ଟ

କଟକ: ରାଜ୍ୟରେ ନାବାଳିକାଙ୍କ ସୁରକ୍ଷିତ ଗର୍ଭପାତ ପାଇଁ ଆଇନ ମୁତାବକ ଏସଓପି ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ଆଜି ହାଇକୋର୍ଟ ନିର୍ଦ୍ଦେର୍ଶ ଦେଇଛନ୍ତି। ନାବାଳିକା ଗର୍ଭବତୀ ହୋଇଥିଲେ ଯଦି ଗର୍ଭପାତ ଜରୁରୀ ତେବେ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେବେ ସେ ଦିଗରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ।

ଏଥି ସହ ସୁରକ୍ଷିତ ଭାବେ କିପରି ଗର୍ଭପାତ କରାଇ ହେବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବାରଣୀରୁ ପ୍ରକାଶ କନ୍ଧମାଳ ଜିଲ୍ଲାର ଜଣେ ୧୩ ବର୍ଷୀୟା ନାବାଳିକା ରକ୍ତ ଶିକୁଳି ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ସେ ୬ ମାସର ଗର୍ଭବତୀ ମଧ୍ୟ ହୋଇଛନ୍ତି। ଗର୍ଭଧାରଣ ସହିତ ପୁରୁଣା ରୋଗର ଯନ୍ତ୍ରଣା ଯୋଗୁଁ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରୁଛନ୍ତି। ତାଙ୍କର ସୁରକ୍ଷିତ ଗର୍ଭପାତ ସହିତ ଆବଶ୍ୟକୀୟ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେବାକୁ ପୀଡ଼ିତାଙ୍କ ପରିବାର ହାଇକୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଛି। ନିରାପଦ ଗର୍ଭପାତ ପାଇଁ ଏସଓପି ଆଣିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking