28.1 C
Bhubaneswar
Monday, February 23, 2026
Homeଓଡିଶାସୂର୍ଯ୍ୟମନ୍ଦିରରେ ଫୋଟୋଗ୍ରାଫରଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୂର୍ଯ୍ୟମନ୍ଦିରରେ ଫୋଟୋଗ୍ରାଫରଙ୍କୁ ଅନୁମତି ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋଣାର୍କ: ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରେ ବ୍ୟବସାୟୀ ଭିତ୍ତିକ ଫୋଟ ଉଠାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫୋଟୋଗ୍ରାଫରମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇ ସୂର୍ଯ୍ୟମନ୍ଦିରରେ ପ୍ରବେଶ ନକରିବାକୁ କଟକଣା ଲଗାଯାଇଥିଲା। ଫଳରେ ଦୀର୍ଘ ବର୍ଷ ଧରି ସୂର୍ଯ୍ୟ ମନ୍ଦିର ମଧ୍ୟରେ ଫୋଟ ଉଠାଇ ନିଜ ପରିବାର ପ୍ରତିପୋଷଣ କରୁଥିବା ଫଟୋଗ୍ରାଫର ନିଜର ଜୀବିକା ପାଇଁ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟର ନ୍ୟାୟମୂର୍ତ୍ତି ସୁଧାଂଶୁ ଧୁଳିଆ ଏବଂ ନ୍ୟାୟମୂର୍ତ୍ତି କେ. ବିନୋଦ୍ ଚନ୍ଦ୍ରନ୍ ମାମଲାର ବିଚାର କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆବେଦନକାରୀମାନେ ମନ୍ଦିର ପରିସରରକୁ ପ୍ରବେଶ କରି ବ୍ୟବସାୟୀ ଭିତ୍ତିକ ଫୋଟୋ ଉଠାଇପାରିବେ ବୋଲି ରାୟ ଦେଇଛନ୍ତି। ତାସହିତ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରମାଣପତ୍ର ପାଇଥିବା ଫଟୋଗ୍ରାଫରମାନେ ପୂର୍ବପରି ସୂର୍ଯ୍ୟମନ୍ଦିରକୁ ପ୍ରବେଶ କରି ବ୍ୟବସାୟିକ ଫୋଟୋଗ୍ରାଫ କରିବା ପାଇଁ ଶୁଣାଣି କରି ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି ।

ଏହି ରାୟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଦୀର୍ଘ ଦିନ ଧରି ଲଢ଼େଇ ଜାରି ରଖିଥିବା ଶତାଧିକ ଫଟୋଗ୍ରାଫରଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ସୂଚନା ଥାଉକି କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଫଟୋ ଉଠାଇ ଶହ ଶହ ଫଟୋଗ୍ରାଫର ନିଜର ଗୁଜୁରାଣ ମେଣ୍ଟାଉଥିଲେ । ମାତ୍ର ସେମାନଙ୍କ ମଧ୍ୟରୁ ମାତ୍ର ୧୦ଜଣଙ୍କୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ମନ୍ଦିରରେ ପ୍ରବେଶ ଅନୁମତି ପ୍ରଦାନ କରିଥିଲା। ଫଳରେ ବାଦ ପଡ଼ିଥିବା ଶତାଧିକ ଫଟୋଗ୍ରାଫର ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ୧୦ ଜଣ ସୀକୃତିପ୍ରାପ୍ତ ଫୋଟୋ ଗ୍ରାଫରଙ୍କୁ ଛାଡ଼ି ଅନ୍ୟମାନଙ୍କୁ ପ୍ରବେଶ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟରୁ ନିରାଶ ହେବା ପରେ ଶତାଧିକ ଫୋଟୋଗ୍ରାଫର ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଆବେଦନକାରୀମାନେ ଏ.ଏସ୍‌.ଆଇ. ଏବଂ ଜିଲ୍ଲା ପ୍ରଶାସନର ନିୟମ ଅନୁଯାୟୀ ମନ୍ଦିରକୁ ପ୍ରବେଶ କରିପାରିବେ। ପୂର୍ବରୁ ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟ ପତ୍ର ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking