21.1 C
Bhubaneswar
Saturday, December 6, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ

ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଓଡିଶା ଅଭିଭାବକ ମହାସଂଘ

ଭୁବନେଶ୍ୱର: ଗରିବ ପିଲା ପ୍ରାଇଭେଟ ସ୍କୁଲରେ ମାଗଣା ଆଡ଼ମିସନ ପ୍ରକ୍ରିୟା କୁ ଘୁଞ୍ଚାଇ ଦେବା ଘଟଣାରେ ଅନେକ ଘୋଟଲା ରହିଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଫେରାଦ ହୋଇଛି ଓଡିଶା ଅଭିଭାବକ ମହାସଂଘ। ପାରଦର୍ଶୀ ପୋର୍ଟାଲ ଆବେଦନ ପ୍ରକ୍ରିୟାରୁ ଏକ ମାସ ରୁ ଉର୍ଦ୍ଧ ଘୁଞ୍ଚାଇ ଦେଇଛି ଗଣଶିକ୍ଷା ବିଭାଗ। ଶିକ୍ଷା ଅଧିକାର ଆଇନ ଧାରା ୧୨ ଏ ରେ ଆର୍ôଥକ ଦୁର୍ବଳ ଶ୍ରେଣୀର ପିଲାମାନେ ପ୍ରାଇଭେଟ ସ୍କୁଲରେ ମାଗଣାରେ ପାଠ ପଢିବାକୁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଆବେଦନ ପାଈଁ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ରହିଛି। ପୂର୍ବ ନିର୍ଦେଶ ନାମକ୍ଷ ଅନୁଯାଇ ଏଥିରେ ଜାନୁଆରୀ ୨୨ ରୁ ଫେବୃଆରୀରୁ ୨୮ ପର୍ଯ୍ୟନ୍ତ ସ୍କୁଲ ମାନଙ୍କ ପଞ୍ଜିକରଣ କାଗଜ ପତ୍ର ଯାଞ୍ଚ ସହ ସ୍ଥିରୀକରଣ ଥିଲା କ୍ଷ ମାର୍ଚ୍ଚ ୧ ତାରିଖରୁ ପିଲାମାନଙ୍କ ପ୍ରଥମ ପର୍ଯ୍ୟାୟ ଆବେଦନ ସହ କାଗଜ ପତ୍ର ଯାଞ୍ଚ ଓ ଲଟେରୀ ଉଠାଣ ପରେ ମାର୍ଚ୍ଚ ୨୯ ରୁ ଏପ୍ରିଲ ୧୦ ମଧ୍ୟରେ ନାମଲେଖା ହୋଇ ଥାନ୍ତା। ପରବର୍ତୀ ପର୍ଯ୍ୟାୟରେ ଆବେଦନ ସହ ପିଲାମାନେ ମେ ୧ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଓ ମେ ୧୫ ସୁଦ୍ଧା ଶେଷ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ବ୍ୟବସ୍ଥା ଥିଲା। ଶିକ୍ଷା ବିଭାଗ ର ଶିକ୍ଷା ବର୍ଷ ଏପ୍ରିଲ ୧ ରୁ ଆରମ୍ଭ ହୋଇ ଯାଉଛି। ଏହି ପିଲାମାନେ ଟିକେ ଡେରିରେ ହେଲେ ବି ଏହି ଶିକ୍ଷା ବର୍ଷ ଆରମ୍ଭ ରୁ ଗ୍ରୀଷ୍ମ ଛୁଟି ଭିତରେ ପାଠ ପଢିଥାନ୍ତେ। ଏହି ବ୍ୟବସ୍ଥା ଉପରେ ମଧ୍ୟ ଓଡିଶା ଅଭିଭାବକ ମହାସଂଘ ପୂର୍ବରୁ ପ୍ରଶ୍ନ କରିଛି। ହେଲେ ବର୍ତମାନ ଗଣଶିକ୍ଷା ବିଭାଗ ଏହି ପୋର୍ଟାଲ ରେ ପିଲାମାନେ ଆବେଦନ ପ୍ରକ୍ରିୟା ଏକ ମାସରୁ ଅଧିକ ସମୟ ଘୁଂଚକ୍ଷଇ ଦେଇଛନ୍ତି।

ନୂତନ ପ୍ରକ୍ରିୟାରେ ପିଲାମାନେ ଆଡ଼ମିସନ ସାରିବାକୁ ଜୁନ ଶେଷ ହୋଇ ଯିବ। ଏପରି ହେଲେ ପିଲାମାନେ ପାଠ ପଢି ପାରିବେନି। ସେମାନଙ୍କ ତିନି ମାସ ସମୟ ବାରବାଦ ହେବ। ଏହି ପ୍ରକ୍ରିୟା ବିଳମ୍ବ ଜାଣି ଶୁଣି ପ୍ରାଇଭେଟ ସ୍କୁଲ ମାନଙ୍କୁ ସୁବିଧା ଦେବା ଉଦ୍ୟେଶରେ କରାଯାଇଛି ବୋଲି ଓଡିଶା ଅଭିଭାବକ ମହାସଂଘ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବୀ ଜଣାଇ ତୁରନ୍ତ ହସ୍ତକ୍ଷେପ ସହ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି। ପ୍ରକ୍ରିୟା ଯେତିକି ବିଳମ୍ବ ହେବ ପ୍ରାଇଭେଟ ସ୍କୁଲ ମାନେ ତାର ସୁଯୋଗ ନେଇ ପିଲାଙ୍କୁ ଆଡ଼ମିସନ କରାଇନେବେ। ତେଣୁ ବିଭାଗୀୟ ଅଧିକାରୀଙ୍କ ଜରିଆରେ ନିଜର ସ୍ୱାର୍ଥ ସାଧନ ସହ ବ୍ୟବସ୍ଥା କୁ ସୁହାଇଲା ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି। ୨୦୦୯ ରୁ ବ୍ୟବସ୍ଥା ଆସିଥିଲେ ମଧ୍ୟ ଓଡିଶା ଅଭିଭାବକ ମହାସଂଘର ଦୀର୍ଘ ବର୍ଷର ଲଢେଇ ପାରେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା।

ମହାସଂଘ ମଧ୍ୟ ନିଜ ପ୍ରଚେଷ୍ଟା ରେ ସହି, ବସ୍ତି, ଗଳି ରେ ପ୍ରଚାର କରି ଅନେକ ପିଲାଙ୍କୁ ଏହି ଯୋଜନାରେ ଆଡ଼ମିସନ କରିବାର ବ୍ୟବସ୍ତା କରିବାରେ ଏହା କିଛି ପରିମାଣରେ ସଫଳ ହୋଇଥିଲା। ପୂର୍ବ ବର୍ଷ ମାନଙ୍କରେ ଏହି ଅଧିକାରୀ ମାନେ ପୋର୍ଟାଲ ରେ ଯୋଗ୍ୟ ବିବେଚିତ ପିଲାଙ୍କୁ ଆଡ଼ମିସନ ପାଇ ସ୍ଥିରୀକୃତ ହୋଇଥିବା ସ୍କୁଲ ରେ ଆଡ଼ମିସନ କରିବାରେ ଅନେକ ଅସୁବିଧା ହୋଇଥିଲା । ଗରିବ ପିଲାମାନେ ସଠିକ ସ୍କୁଲ ଓ ସଠିକ ସମୟରେ ଆଡ଼ମିସନ ପାଇବାରୁ ବଂଚିତ ହେଉଛନ୍ତି। ତେଣୁ ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ହସ୍ତକ୍ଷେପ ଲୋଡି ତୁରନ୍ତ ତାରିଖ ପରିବର୍ତନ ନିଷ୍ପତି ପ୍ରତ୍ୟାହାର କରି ପୋର୍ଟାଲରେ ପିଲାଙ୍କ ଆବେଦନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଦାବୀ ଜଣାଇଛନ୍ତି। ଏହୀ ପ୍ରକ୍ରିୟାକୁ ସୁଗମ କରିବାରେ ଯେହେତୁ ମହାସଂଘ ର ଅଭିଜ୍ଞତା ରହିଛି ତେଣୁ ଯୋଜନାର ଶତ ପ୍ରତିଶତ ସଫଳ ପାଇଁ ଏକ କମିଟି ଗଠନ କରି ଓଡିଶା ଅଭିଭାବକ ମହାସଂଘର ପ୍ରତିନିଧିଙ୍କୁ ସେଥିରେ ସାମିଲ କରିବାକୁ ମହାସଚିବ ଅଶୋକ ପାଇକରାୟ କହିଛନ୍ତି। ଏଥି ସହିତ ତ୍ରୁଟି କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶିକ୍ଷା ଅଧିକାର ଅଭିଭାବକ ସଙ୍ଘ ଆବାହକାକଳ୍ପନା ସାହୁ ଦାବୀ କରିଛିନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking