31.1 C
Bhubaneswar
Saturday, February 7, 2026
Homeଓଡିଶାଗୁଳିବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ

ଗୁଳିବିନିମୟରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କିସ୍ଟରାମ ଅଂଚଳରେ ଆଜି ସକାଳେ ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି।ଏହି ଗୁଳିବିନିମୟରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଜି ସକାଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ପୁଲିସ ମଧ୍ୟ ପାଲଟା ଜବାବ ଦେଇଥିଲେ। ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଚାଲିଛି। ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ କରୁଛନ୍ତି। ଯବାନ ଫେରିବା ପରେ ବିସ୍ତୃତ ରିପୋର୍ଟ ମିଳିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking