ଯାଜପୁର: ୭୨ଟି ଦେଶକୁ ନେଇ ଚିନ୍ମୟ ଫାଉଣ୍ଡେସନ ଦେଖାଇଲା ତା’ର ଦମ୍ । ବିଭିନ୍ନ ଦେଶରୁ ବାଛି ବାଛି ସମ୍ବର୍ଦ୍ଧିତ କଲା ପ୍ରତିଭା ମାନଙ୍କୁ। ରାଣୀ ,ମହାରାଣୀ, ପାଟରାଣୀ, ଅକ୍ଷୟ ପାଟରାଣୀ, ପାଟ ମହିସି ଆଦି ସମ୍ମାନରେ ସମ୍ମାନିତ ହେଲେ ଶତାଧିକ ମହିଳା। ଦୀର୍ଘ ଚାରିମାସ ଧରି ଆନ୍ତର୍ଜାତୀୟ ସ୍ତରରେ ଅନଲାଇନ୍ ମାଧ୍ୟମରେ ଚାଲିଥିବା ଫୁଲଘର, ଝୋଟି,ମୁରୁଜ, ରଙ୍ଗୋଲି, ମେହେନ୍ଦି, ଚିତ୍ର, ନାଚ, ଗୀତ, ଅଭିନୟ ଆଦିରେ ଭାଗ ନେଇଥିବା ମୋଟ ୯୧,୩୮୬ ଜଣଙ୍କୁ ପ୍ରଦାନ କରାଗଲା ଅନଲାଇନ୍ ପ୍ରମାଣପତ୍ର।ମେହେନ୍ଦିରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ପ୍ରଥମ ଚାରିଗୋଟି ସମ୍ମାନକୁ ଅକ୍ତିଆର କଲା ବାଂଲାଦେଶ ସେହିପରି ଚିତ୍ରରେ ପ୍ରଥମ ସ୍ଥାନ ନେଲା ଇଟାଲୀ।ଚଳିତ ବର୍ଷ ୨୧୫ଟି ଦେଶକୁ ଯୋଡିବା ପାଇଁ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତା ମାଧ୍ୟମରେ ଚାଲିଛି ପ୍ରୟାସ। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ବିଶ୍ଵରେ କଳା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ସହ ମାନବବାଦର ବିକାଶ ନିମନ୍ତେ ଅହରହ ଉଦ୍ୟମ ଜାରି ରହିଥିବା ବେଳେ ଫାଉଣ୍ଡେସନର ପଞ୍ଚଦଶ ତମ ଓ ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ଜନ୍ମ ଦିବସ ପାଳନ ସହ ଆନ୍ତର୍ଜାତୀୟ ଜୁମ୍ ଓ ଗୁଗଲ୍ ମହସମ୍ମେଳନର ମହାକୁମ୍ଭରେ ଦେଖିବାକୁ ମିଳିଛି ବିଭିନ୍ନ ଦେଶର ବୁଦ୍ଧିଜୀବୀ ମାନଙ୍କର ସମାରୋହ। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ୱାର୍ଲ୍ଡ ରିଫର୍ମର୍ସ ୟୁନିଟ୍ ନାମକ ଆଉ ଏକ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧିନରେ ଇଣ୍ଟରନେସନାଲ ରିଫର୍ମେସନ୍ କ୍ୟାମ୍ପେନିଂ ଓ ଇଣ୍ଟରନେସନାଲ ରେନେସା ମୁମେଣ୍ଟ ମାଧ୍ୟମରେ ଯୁବା ବର୍ଗଙ୍କୁ ଯୋଡିବା ନିମନ୍ତେ ଅଭିଯାନ ଚାଲୁ ରହିବ। ଏହା ସହ ଅନଲାଇନ୍ ୱାଲ୍ଟ ବିୟୁଟି କୁଇନ୍ କମ୍ପିଟିସନ୍ -୨୦୨୫ ମାଧ୍ୟମରେ ସମଗ୍ର ବିଶ୍ଵର ୨୦୧୫ଟି ଦେଶକୁ ଯୋଡିବା ପାଇଁ ପ୍ରୟାସ ଜାରି ରହିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଡ଼ଃ ଦାଶ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଭିନ୍ନ ଦେଶର ୨୧ଜଣ ପ୍ରତିଭାଙ୍କୁ ଏପର୍ସୋନାଲିଟି ଅଫ୍ ଦି ଇୟାର୍ :୨୦୨୪ ଓ ୧୩ ଜଣଙ୍କୁ ମ୍ୟାନ୍ ଅଫ୍ ଦି ଇୟାର୍ :୨୦୨୨-୨୩ ଆୱାର୍ଡ଼ ପ୍ରଦାନ କରାଯାଇଥିବାର ଦେଖିବାକୁ ମିଳିଥିଲା।










