15.1 C
Bhubaneswar
Monday, February 9, 2026
Homeଓଡିଶାଚୈତନ୍ୟ ଦେବଙ୍କ ମଠରେ ୧୨୫ବର୍ଷ ଧରି ନବରାତ୍ର ନାମ ଯଜ୍ଞ

ଚୈତନ୍ୟ ଦେବଙ୍କ ମଠରେ ୧୨୫ବର୍ଷ ଧରି ନବରାତ୍ର ନାମ ଯଜ୍ଞ

ଯାଜପୁର : ଯାଜପୁର ଜିଲ୍ଲାର କୋରାଇ ବ୍ଲକର ଧନେଶ୍ଵର ଶ୍ରୀ ଶ୍ରୀ ଚୈତନ୍ୟ ଦେବଙ୍କ ମଠରେ ୧୨୫ବର୍ଷ ଧରି ନବରାତ୍ର ନାମ ଯଜ୍ଞ ଏକ ସ୍ୱତ୍ରନ୍ତ ସ୍ଥାନ ଅଧିକାର କରିଛି l ଏଠାରେ ଡାକବାଜି ଯନ୍ତ୍ରବ୍ୟବହାର କରାଯାଏ ନାହିଁ l ବଉଳ ଗଛ ପରିକ୍ରମା କରି ହରିନାମ କରାଯାଇଥାଏ l ବିଭନ୍ନ ଗ୍ରାମରୁ କ୍ରୀତନ୍ ମଣ୍ଡଳୀ ଆସି ନାମଧାରୀ ନିଜକୁ କୁର୍ଥlର୍ଥ ମଣିଥାନ୍ତି l ଶନିବାର ନବରାତ୍ର ନାମ ଯଜ୍ଞ ସମାପନ ହୋଇଥିଲା l ହଜାର ହଜାର ଲୋକ ନଗର କ୍ରିତନରେ ସାମିଲ ହୋଇ ହରିନାମରେ ମଜିଯାଇ ଏକାକାର ହୋଇ ଯାଇଥିଲେ l ବୈଷ୍ଟମ୍ୱ ଧର୍ମର ପ୍ରଚାରକ ଶ୍ରୀ ଗୁରୁ ରାଧା ରମଣ ଦେବ କଳି କଳୁଷ ସମାଜକୁ ସତ୍ ପଥ ଓ ମୋକ୍ଷ ପ୍ରାପ୍ତି ପାଇଁ କଳିଯୁଗରେ ହରି ନାମ ସାରlଲୋକମାନଙ୍କ ମଧ୍ୟରେ ଭକ୍ତି ଭାବ ଜାଗ୍ରତ କରିବା ପାଇଁ ନାଦୀଆନବ ଦୀପରୁ ଶ୍ରୀ ଚୈତନ୍ୟ ଦେବଙ୍କ ବୈଷ୍ଟବ ଧର୍ମ ଗ୍ରହଣ କରି ରାଧା ରମଣ ଦେବ ହରି ନାମ ପ୍ରଚାର କରି ପୁରୀ ଜଗନ୍ନାଥ ଧାମକୁ ଯିବା ସମୟରେ ଧନେଶ୍ଵର ଚୈତନ୍ୟ ମଠରେ ଅବସ୍ଥାପନ କରି ସମଗ୍ର ଯାଜପୁର ଜିଲ୍ଲାରେ ହରିନାମ ପ୍ରଚାର କରିଥିଲେ l ନଦୀଆ ନବ ଦୀପର ଚୈତନ୍ୟ ମହାପ୍ରଭୁଙ୍କ ବିଗ୍ରହ ସହ ଧନେଶ୍ଵର ମଠରେ ପୂଜା ପାଉଥିବା ନୀତ୍ୟାଇ ଗୌରୀଙ୍କ ବିଗ୍ରହ ସମାଜସ୍ୟ ଦେଖୀ ସ୍ତମ୍ଭିଭୂତ ହୋଇ ଗୁପ୍ତ ନବ ଦୀପର ମାନ୍ୟତା ପ୍ରଦାନ କରି ଥିଲେ l
ବଡ଼ ବାବାଜୀ ବା ରାଧା ରମଣ ଦେବ ୧୯୦୦ ମସିହା ରେ ଏଠାର ନବ ରାତ୍ର ନାମ ଯଜ୍ଞ ଆରମ୍ଭ କରିଥିଲେ l ସେହି ଦିନ ଠାରୁ ନବ ରାତ୍ର ନାମ ଯଜ୍ଞ ହୋଇ ଆସୁଛି l ବଉଳ ଗଛ ଏହି ପିଠରେ ଅନ୍ୟ ଏକ ଆକର୍ଷଣ l ଏହି ପିଠର ନବ ରାତ୍ର ନାମ ଯଜ୍ଞର ଏକ ବିଶେଷତ୍ଵ ରହିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking