34.1 C
Bhubaneswar
Monday, February 23, 2026
Homeଅପରାଧଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା

ଚାଞ୍ଚଲ୍ୟ: ମହିଳାଙ୍କୁ ବଳାତ୍କାର ପରେ ହତ୍ୟା

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି। ମୃତ ମହିଳା ଜଣଙ୍କ ଗୁମୁକା ଗ୍ରାମର ଶିଙ୍ଗେ ମାଡକାମୀ(୩୦) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଗୁମୁକା ପଞ୍ଚାୟତ ପଛ ପଟେ ବସ୍ତିରେ ରହୁଥିବା ମାଲା ମାଡ଼କାମୀ ଆନ୍ଧ୍ରରେ ରହି କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଶିଙ୍ଗେ ନିଜ ଛୋଟ ପିଲା ସହ ଘରେ ଏକାକୀ ରହୁଥିଲେ। ତେବେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ଶିଙ୍ଗେଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ଜଣାପଡିଛି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ଅଭିଯୁକ୍ତ କାଲିମେଳା ଥାନାରେ ଅଟକ ରହିଥିବା ବେଳେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking