21.1 C
Bhubaneswar
Saturday, December 6, 2025
Homeଅପରାଧଝିଅ ଦୁଷ୍କର୍ମକାରୀ ବାପାକୁ ୧୨ ବର୍ଷ କାରାଦଣ୍ଡ

ଝିଅ ଦୁଷ୍କର୍ମକାରୀ ବାପାକୁ ୧୨ ବର୍ଷ କାରାଦଣ୍ଡ

ଭୁବନଶ୍ବେର : ଭୁବନେଶ୍ୱର ଆଡହକ ଆଡିସନାଲ ସେସନ୍ସ ଜଜ, ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପୋକସୋ)ର ବିଚାରପତି ସରୋଜ କୁମାର ସାହୁ, ଗତ ୨୦୨୧ ମସିହାରେ ଭୁବନେଶ୍ବର ମହିଳା ଥାନାରେ ରୁଜୁ ହୋଇଥିବା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାପା ବିକୁ ଓରଫ ବିକ୍ରମ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୨ ବର୍ଷ ଲାଗି ସଶ୍ରମ କାରାଦଣ୍ଡାଦେଶ ସହିତ ୫,୦୦୦ଟଙ୍କା ଜୋରିମନା ଆଦେଶ ଶୁଣାଇଛନ୍ତି । ଜୋରିମନା ଅନାଦେୟ କ୍ଷେତ୍ରରେ ଅଧିକ ୫ ମାସର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି ।
ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରା ନାବାଳିକା ପୀଡିତାଙ୍କ ବାପା । ସେ ନିୟମିତ ଭାବେ ମଦ୍ୟପାନ କରିବା ସହ ବିଭିନ୍ନ ଅସାମାଜିକ କାର୍ୟ୍ୟରେ ଲିପ୍ତ ରହୁଥିଲେ । ପୀଡିତାଙ୍କ ମା ଏହାର ବିରୋଧ କରିବାରୁ ଅଭିଯୁକ୍ତ ସ୍ବାମୀ ତାଙ୍କୁ ପ୍ରବଳ ମାଡ଼ ମାରୁଥିଲେ ।

୨୦୨୧ ଜୁନ୍ ୧ ତାରିଖ ଅପରାହ୍ନରେ ପୀଡିତାଙ୍କ ମା ନିଜ ବଡ ଝିଅକୁ ସାଙ୍ଗରେ ନେଇ ନିକଟସ୍ଥ ହସ୍ପିଟାଲକୁ ଯାଇଥିବା ବେଳେ, ଘରେ ନାବାଳିକା ପୀଡ଼ିତା ଏକୁଟିଆ ଥିଲେ । ଏହି ସମୟରେ ଅଭିଯୁକ୍ତ ବାପା ପିଡ଼ିତାଙ୍କୁ ଏକୁଟିଆ ପାଇ ଜୋରଜବରଦସ୍ତ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଏବଂ ଘଟଣା ସମ୍ପର୍କରେ ତାଙ୍କ ମା କିମ୍ବା ଅନ୍ୟ କାହାକୁ କହିଲେ ସେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ହସ୍ପିଟାଲରୁ ଫେରି ପୀଡିତାଙ୍କ ନିକଟରୁ ଘଟଣା ସମ୍ପର୍କରେ ଶୁଣିବା ପରେ ମା ଜଣକ ହତବାକ୍ ହୋଇଯାଇଥିଲେ, ଏବଂ ସେ କ’ଣ କରିବେ ହଠାତ କିଛି ନିର୍ଣ୍ଣୟ ନେଇପାରି ନଥିଲେ । ପରିଶେଷରେ ସେ ୨୦୨୧ ଜୁନ୍ ୯ ତାରିଖ ଦିନ ମହିଳା ଥାନାକୁ ଯାଇ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଉପରୋକ୍ତ ମାମଲାକୁ ଭିତ୍ତିକରି ପୀଡିତାଙ୍କ ମା’ଙ୍କ ଏତାଲା ଆଧାରରେ ମହିଳା ଥାନା ଏକ ମାମଲା ରୁଜୁ କରାଯାଇଥିବା ବେଳେ, ତଦନ୍ତକାରୀ ଅଫିସର ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରାଙ୍କୁ ଗିରଫ କରିଥିଲେ ।ଏହି ମାମଲାର ବିଚାର କରି ମାନ୍ୟବର ଅଦାଲତ ୧୨ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଆଜି ଅଭିଯୁକ୍ତ ବିକୁ ଓରଫ ବିକ୍ରମ ବେହେରାଙ୍କୁ ସଜା ଶୁଣାଇଛନ୍ତି । ଏହା ସହିତ ମାନ୍ୟବର ଆପେକ୍ସ କୋର୍ଟ ବିଭିନ୍ନ ମାମଲାରେ ପୀଡିତାଙ୍କୁ କ୍ଷତିପୂରଣ ବାବଦକୁ ୩ ଲକ୍ଷ ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking