18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆତିଶୀଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ

ଆତିଶୀଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ

ନୂଆଦିଲ୍ଲୀ:ଦିଲ୍ଲୀରେ ବିଜେପି ପରେ ଏବେ ଆପ ‘ମହିଳା କାର୍ଡ’ ଖେଳିଛି । ଦିଲ୍ଲୀ ବିଧାନସଭାରେ ଏବେ ଦୁଇଜଣ ମହିଳା ନେତ୍ରୀ ମୁହାଁମୁହିଁ ହେବେ । ଗୋଟିଏ ପଟେ, ଭାରତୀୟ ଜନତା ପାର୍ଟି ଶାଲିମାର ବାଗର ବିଧାୟକ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ସେପଟେ ରବିବାର ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ନିର୍ବାଚିତ ହୋଇଛନ୍ତି । ପୂର୍ବରୁ, ଆତିଶୀ ଦିଲ୍ଲୀ ସରକାରରେ ଶିକ୍ଷା, ଅର୍ଥ ଏବଂ ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିଲେ । ୫ ମାସ ପୂର୍ବେ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏହାପରେ ସେ ଦଳ ଭିତରେ ଆତିଶୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ମାତ୍ର ୫ ମାସ ମଧ୍ୟରେ, ସେ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ଭାବରେ ଆତିଶୀ ଦଳରେ ପ୍ରତିଷ୍ଠା ମଧ୍ୟ ବୃଦ୍ଧି କରିଛନ୍ତି  । ଏହା ବ୍ୟତୀତ, ଯେତେବେଳେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଏବଂ ସୌରଭ ଭରଦ୍ୱାଜଙ୍କ ଭଳି ବଡ଼ ଦଳର ନେତା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଆତିଶୀ କାଲକାଜୀ ଆସନ ବଞ୍ଚାଇବାରେ ସଫଳ ହୋଇଥିଲେ । ବିଜେପି ପୂର୍ବରୁ ମହିଳା ସଶକ୍ତିକରଣ ପ୍ରସଙ୍ଗକୁ ଉଠାଇ ଆସିଛି । ଦିଲ୍ଲୀ ବିଧାନସଭା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ସମସ୍ତ ଦଳ ମହିଳାଙ୍କ ପାଇଁ କଲ୍ୟାଣକାରୀ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ । ବିଜେପି ମହିଳାଙ୍କ ପାଇଁ ମହିଳା ସମ୍ମାନ ଯୋଜନା ଘୋଷଣା କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶନିବାର ଆଗାମୀ ବଜେଟ୍ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏହି ବୈଠକରେ ଦିଲ୍ଲୀରେ ଆଗାମୀ ବଜେଟ୍ ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଥିଲା । ବୈଠକରେ ମହିଳା ସମ୍ମାନ ଯୋଜନା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା, ଯାହା ଅଧୀନରେ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦିଆଯିବ । ତେବେ ବଜେଟ୍ ପରିବେଶଣ ପରେ ବିରୋଧୀଙ୍କ କଣ ଆଭିମୁଖ୍ୟ ରହୁଛି ତାହାରି ଉପରେ ରହିଛି ସଭିଁଙ୍କ ନଜର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking