ରାଜନଗର: ଦୁର୍ଘଟଣାରେ ୧୧ ମାଟ୍ରିକ ଛାତ୍ର ଆହତ ହୋଇଛନ୍ତି । ମାଟ୍ରିକ ପିଲାଙ୍କୁ ନେଇ ଯାଉଥିଲା ବୋଲେରୋ । କୃଷ୍ଣନଗର ଛକଠାରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ । ବୋଲେରୋରେ ଥିଲେ ବାଘମାରି ଓ ତାଳଚୁଆର ଛାତ୍ର । ଗାଡି ଖମାରସାହି ନାଗାନାରାୟଣ ହାଇସ୍କୁଲକୁ ଯାଉଥିଲା । ବୋଲେରୋ ଧକ୍କାରେ ସାଇକେଲ ଆରୋହୀ ମୃତ । ଚାଳକଙ୍କୁ ଗିରଫ କରିବାରୁ ପୁଲିସ୍କୁ ବିରୋଧ । ପୁଲିସକୁ ଘେରିଲେ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ରାଜନଗର-ତାଳଚୁଆ ମୁଖ୍ୟରାସ୍ତା ଅବରୋଧ ହୋଇଛି ।










