21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନ । ବର୍ତ୍ତମାନ   ମୁଖ୍ୟ  ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ  ଜ୍ଞାନେଶ କୁମାର । ରାଜୀବ କୁମାରଙ୍କ କାର୍ଯ୍ୟକାଳ  ଆସନ୍ତା  ୧୮ ତାରିଖରେ ଶେଷ ହେଉଥିବା ‌ବେଳେ  ଜ୍ଞାନେଶ କୁମାରଙ୍କୁ ୨୬ତମ ମୁଖ୍ୟ ନିର୍ବାଚନ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ଦଳୀୟ ବୈଠକ ମୁଖ୍ୟ ନିର୍ବାଚନ କମିଶନ ଭାବେ ଜ୍ଞାନେଶ କୁମାରଙ୍କ ନାଁରେ ବାଜିଛି ମୋହର । ଏହି ବୈଠକରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିଲେ । ରାହୁଲ ଗାନ୍ଧୀ ବୈଠକରୁ ବାହାରକୁ ଆସିବା ପରେ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ବୈଠକର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଏବଂ ଅଜୟ ମାକେନ କହିଥିଲେ, ଆମର ଦାବି ହେଉଛି ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦେଉଥିବା କମିଟିରେ ଭାରତର ପ୍ରଧାନ ବିଚାରପତି ରହିବା ଉଚିତ ।  ସୂଚନାଯୋଗ୍ୟ, ଜ୍ଞାନେଶ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି।   କେରଳ କ୍ୟାଡର୍‌ର ୧୯୮୮ ବ୍ୟାଚ୍‌ର ଆଇଏଏସ୍ ଅଫିସର କୁମାର ଅମିତ ଶାହଙ୍କ ଅଧୀନରେ ସମବାୟ ମନ୍ତ୍ରଣାଳୟର ସଚିବ ଭାବେ ଅବସର ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking