30.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଜିବିଏସ ଆକ୍ରାନ୍ତଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି

ଜିବିଏସ ଆକ୍ରାନ୍ତଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଜିବିଏସ ଆତଙ୍କ ଖେଳାଇଛି । ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି । ଫ୍ରେବୃଆରୀ ୧୪ ରେ ଦୁଇ ଜଣ ସନ୍ଦିଗ୍ଧ ରୋଗୀଙ୍କୁ ଠାବ କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣ ରୋଗୀଙ୍କର ଏହି ରୋଗରେ ମୃତ୍ୟୁ ଘଟିଛି। ଫେବୃଆରୀ ୧୩ ରେ କୋହ୍ଲାପୁର ସହରରେ ନବମ ମୃତ୍ୟୁ ଘଟିଥିଲା । ଗୁଇଲେନ୍-ବାରେ ସିଣ୍ଡ୍ରୋମ ଅର୍ଥାତ୍ ଜିବିଏସ୍ ଏକ ବିରଳ ଅଟୋଇମ୍ୟୁନ ରୋଗ ।ସମୁଦାୟ ରୋଗୀଙ୍କ ମଧ୍ୟରୁ ୧୮୦ ଜଣଙ୍କଠାରେ ଜିବିଏସ୍ ଚିହ୍ନଟ ହୋଇଥିବା ବେଳେ ବାକି ରୋଗୀଙ୍କ ଠାରେ ଏହି ରୋଗର ଲକ୍ଷଣ ଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସ୍ନାୟୁଉପରେ ଆକ୍ରମଣ କରିଥାଏ ।ରାଜ୍ୟରେ ଅଧିକାଂଶ ମାମଲା ପୁଣେ ଏବଂ ଆଖପାଖ ଅଞ୍ଚଳର । ନୂଆ ଆକ୍ରାନ୍ତଙ୍କ ସମେତ ସମସ୍ତ ମାମଲା ସମ୍ଭବତଃ ଦୂଷିତ ଜଳ ଉତ୍ସ ସହ ଜଡ଼ିତ ବୋଲି ଏହିରୋଗର କାରଣ ବୋଲି ଅନୁମାନ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking