17.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶର‌୍ୟାଗିଂ ଅଭିଯୋଗରେ ୫ ନର୍ସିଂ ଛାତ୍ର ଗିରଫ

ର‌୍ୟାଗିଂ ଅଭିଯୋଗରେ ୫ ନର୍ସିଂ ଛାତ୍ର ଗିରଫ

କୋଟ୍ଟାୟମ୍‌: କେରଳର କୋଟ୍ଟାୟମ ସହରରେ ଥିବା ସରକାରୀ ମେଡିକାଲ କଲେଜ ଅଧୀନସ୍ଥ ଏକ ନର୍ସିଂ କଲେଜରେ ଛାତ୍ର ର‌୍ୟାଗିଂ ଭଳି ସଂଗୀନ ଅଭିଯୋଗ ଆସିଛି। ଏଠାରେ ନୂଆକରି ଆଡମିଶନ୍ ନେଇଥିବା (ନର୍ସିଂର ପ୍ରଥମ ବର୍ଷ) ପ୍ରାୟ ୬ ଛାତ୍ର ସେମାନଙ୍କ ସହ ଅତ୍ୟନ୍ତ ଅମାନୁଷିକ ବ୍ୟବହାର ପୂର୍ବକ ର‌୍ୟାଗିଂ କରାଯାଇଥିବା ନେଇ ଅଭିଯୋଗ କରିବା ପରେ ପୁଲିସ୍ ୫ ଅଭିଯୁକ୍ତ ନର୍ସିଂ ଛାତ୍ରଙ୍କୁ ଗିରଫ କରିଛି। ଏହି ୫ ଅଭିଯୁକ୍ତ ନର୍ସିଂ ଛାତ୍ର ଏହି ନର୍ସିଂ କଲେଜ୍‌ର ଶେଷ ବର୍ଷ (୩ୟ ବର୍ଷ)ର ଛାତ୍ର ବୋଲି ଜଣାପଡିଛି।

ଅଭିଯୋଗକାରୀ ଛାତ୍ରମାନେ ପୁଲିସ୍ ନିକଟରେ କରିଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ସେମାନଙ୍କୁ ଉଭୟ ମାନସିକ ଏବଂ ଶାରୀରିକ ଶୋଷଣ କରିଥିଲେ। ନଭେମ୍ବର ୧ରୁ ସେମାନଙ୍କ ପ୍ରଥମ ବର୍ଷର ପାଠ ପଢ଼ା ଆରମ୍ଭ ହେବା ପରଠାରୁ ନିୟମିତ ବ୍ୟବଧାନରେ ଏହି ଅଭିଯୁକ୍ତ ୫ ନର୍ସିଂ ଛାତ୍ରମାନେ ଜୁନିଅର ଛାତ୍ରଙ୍କୁ ର‌୍ୟାଗିଂ ଆଳରେ ଅକଥନୀୟ ନିର୍ଯାତନା ଦେଇଆସୁଥିଲେ। କିଛି ଅଭିଯୋଗକାରୀ ଛାତ୍ରମାନେ କହିଛନ୍ତି ଯେ, ଏହି ସିନିୟର ଛାତ୍ରମାନେ ଜୁନିୟର ଛାତ୍ରମାନଙ୍କୁ ନିବସ୍ତ୍ର କରିବା ସହ ସେମାନଙ୍କ ଯୌନାଙ୍ଗରେ ଡମ୍ବୁଲ୍ସ ବାନ୍ଧି ଝୁଲାଇଦେଉଥିଲେ। ସେମାନଙ୍କୁ ହଷ୍ଟେଲ ରୁମ୍‌ରେ ଉଲଗ୍ନ ଅବସ୍ଥାରେ ଠିଆ ହେବାକୁ ବାଧ୍ୟ କରାଯାଉଥିଲା। ସିନିୟର ଛାତ୍ରମାନେ ନିୟମିତ ଭାବେ ମଦ କିଣିବା ପାଇଁ ଜୁନିଅର ଛାତ୍ରମାନଙ୍କଠାରୁ ଟଙ୍କା ନେଉଥିଲେ ଏବଂ ନଦେଲେ ସେମାନଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ।

ଅଭିଯୋଗକାରୀ ଛାତ୍ରମାନଙ୍କ ଅଭିଯୋଗକୁ ଭିତ୍ତିକରି ଗାନ୍ଧୀନଗର ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ୫ ସିନିଅର ନର୍ସିଂ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ ହେଉଛନ୍ତି ସାମୁଏଲ ଜନ୍ (୨୦), ଜିଭା (୧୯), ବିବେକ (୨୧), ଏନ୍‌ରିଜିଲ୍ ଜିଥ୍‌, (୨୦) ଏବଂ ରାହୁଲ ରାଜ(୨୨)। ତେବେ ଏମାନଙ୍କ ପରିବାର ଲୋକଙ୍କୁ ପୁଲିସ୍ ପକ୍ଷରୁ ସୂଚୀତ କରାଯାଇଥିବା ବେଳେ ନର୍ସିଂ କଲେଜ କର୍ତ୍ତୃପକ୍ଷ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking