22.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଏପରି ଗାଁ; ଯେଉଁଠିକୁ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଏପରି ଗାଁ; ଯେଉଁଠିକୁ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ନୂଆଦିଲ୍ଲୀ : ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ ହଠାତ ଦେଖିବେ ଯେ ରାସ୍ତାରେ ଅନେକ ଗୁଡିଏ ପକ୍ଷୀ ମରି ପଡିଛନ୍ତି, ତାହେଲେ ଆପଣ ଭାବି ବସିବେ ପ୍ରାକୃତିକ ଦୁର୍ବିପାକ କିମ୍ବା ପବନରେ କୌଣସି ବିଷଧର ଗ୍ୟାସ ମିଶିବା ଦ୍ୱାରା ଏହିପରି ହୋଇଛି । କିନ୍ତୁ ଯଦି ଏହିପରି ଘଟଣା ପ୍ରତ୍ୟକ ବର୍ଷ ଗୋଟିଏ ନିର୍ଦ୍ଧିଷ୍ଟ ମାସରେ ହେବାକୁ ଲାଗିବ ତେବେ ଆମେ ଆଉକିଛି ଭାବି ବସିବା । ଏହିପରି ଏକ ଘଟଣା ଆସାମର ଗୋଟିଏ ଛୋଟ ସୁନ୍ଦର ଗାଁ ଜତିଙ୍ଗାରେ ପ୍ରତ୍ୟକ ବର୍ଷ ଘଟି ଚାଲୁଛି । ପ୍ରତ୍ୟକ ବର୍ଷର ଏକ ନିର୍ଦ୍ଧିଷ୍ଟ ସମୟରେ ହଜାର ହଜାର ପକ୍ଷୀ ମୁତ୍ୟୁ ବରଣ କରୁଛନ୍ତି । ଆସାମର ଉତ୍ତର-ପୂର୍ବ ଦିଗରେ ରହିଛି ଜତିଙ୍ଗା ଉପତ୍ୟକା । ଏହି ସ୍ଥାନଟି ପକ୍ଷୀମାନଙ୍କର ଆତ୍ମହତ୍ୟାର ସ୍ଥଳ ରୂପେ ବେଶ ପରିଚିତ । ବର୍ଷର ଅଗଷ୍ଟ ମାସରୁ ଅକ୍ଟୋବର ମାସ ମଧ୍ୟରେ ମେଘୁଆ, କୁହୁଡ଼ିରେ ପକ୍ଷୀମାନେ ଆତ୍ମହତ୍ୟା କରିଥାନ୍ତି । ଅମାବାସ୍ୟାର ସନ୍ଧ୍ୟା ୬ଟାରୁ ୯ ଟା ୩୦ ମିନିଟ ସମୟରେ କିଛି ଭୂତ ବା ଅଦୃଶ୍ୟ ଶକ୍ତିର ଆଗମନ ଏହି ସ୍ଥାନକୁ ହୋଇଥାଏ ବୋଲି ଶୁଣାଯାଏ ।

ତେବେ ଏହି ରହସ୍ୟ ବିଷୟରେ ଜାଣିବା ପାଇଁ ଅନେକ ଅନୁସନ୍ଧାନ ଜାରି ରହିଛି । କ୍ଷିପ୍ର ପବନକୁ ସାମନା କରି ନପାରି ପକ୍ଷୀମାନେ ନିୟନ୍ତ୍ରଣ ହରାଇ ଗଛ ସହ ଧକ୍କା ହୋଇ ମୃତ୍ୟୁବରଣ କରୁଥିବା ଅନେକ କହୁଥିବା ମଧ୍ୟ ଶୁଣାଯାଏ । ଏହି ସ୍ଥାନରେ କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ପ୍ରଜାତିର ପକ୍ଷୀ ମୃତ୍ୟୁ ବରଣ କରନ୍ତି ନାହିଁ ,ବିଭିନ୍ନ ପ୍ରଜାତିର ପକ୍ଷୀ ସମୂହ ମାନେ ମୃତ୍ୟୁ ବରଣ କରିଥାନ୍ତି । ଏହି ପକ୍ଷୀମାନଙ୍କ ମଧ୍ୟରେ ଅନେକ ବିଦେଶାଗତ ପକ୍ଷୀ ମଧ୍ୟ ରହିଥାନ୍ତି କ୍ଷ ଯେପରିକି ଏହି ପକ୍ଷୀମାନଙ୍କ ଭିତରେ ରହିଥାନ୍ତି କିଙ୍ଗଫିସର୍ ,ଟାଇଗର ବୈଟନ ଓ ଲିଟିଲି ଏଗ୍ରିଟ ଇତ୍ୟାଦି ପକ୍ଷୀମାନେ ଏହି ରହସ୍ୟ ମୟ ମୃତ୍ୟୁର ଶିକାର ହୋଇଥାନ୍ତି କ୍ଷ ଏହି ପକ୍ଷୀମାନଙ୍କର ମୃତ୍ୟୁକୁ ନେଇ ଅନେକ ତର୍କ ସାମ୍ନାକୁ ଆସିଛି । କାରଣ ଆସାମର ଏହି ଜତିଙ୍ଗା ଅଞ୍ଚଳଟି ଅତ୍ୟନ୍ତ ସୌନ୍ଦର୍ଯ୍ୟ ଭରା ଅଞ୍ଚଳ । କିଛି ବୈଜ୍ଞାନିକ ମାନଙ୍କ ମତରେ ଏହି ଦ୍ରୁଲଭ ଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ଚୁମ୍ବକୀୟ ଶକ୍ତି। ଆଉ କିଛି ମତ ଦେଇଛନ୍ତି ଯେ କୁହୁଡି ସମୟରେ ଥଣ୍ଡା ପବନ ଜୋରରେ ବହୁଥିବା ବେଳେ ପକ୍ଷୀମାନେ ଅନ୍ଧାରରେ ବାଡେଇ ହୋଇ ମୃତ୍ୟୁର ଶିକାର ହୁଅନ୍ତି । କିନ୍ତୁ ସ୍ଥାନୀୟ ବାସିନ୍ଦା ମାନେ ଏହାକୁ ଭୁତପ୍ରେତଙ୍କ ବାଧା ସହିତ ଯୋଡି ଏପରି ଘଟୁଛି ବୋଲି ମତ ଦିଅନ୍ତି । ଏହି ଉପତ୍ୟକାର ପାଦଦେଶରେ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ବାସ କରୁଛନ୍ତି । ସେମାନେ ପ୍ରଥମେ ପକ୍ଷୀଙ୍କର ଏହି ରହସ୍ୟମୟ ମୃତ୍ୟୁ ବିଷୟ ଲୋକଲୋଚନକୁ ଆଣିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking