24.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଇସ୍ରାଏଲ୍ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ; ବନ୍ଧକଙ୍କ ମୁକ୍ତିକୁ ସ୍ଥଗିତ ରଖିଲା ହମାସ

ଇସ୍ରାଏଲ୍ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ; ବନ୍ଧକଙ୍କ ମୁକ୍ତିକୁ ସ୍ଥଗିତ ରଖିଲା ହମାସ

ତେଲ ଅଭିଭ: ଇସ୍ରାଏଲ୍ ପକ୍ଷରୁ ଅସ୍ତ୍ରବିରତି ଚୁକ୍ତିନାମା ଉଲ୍ଲଂଘନ କରାଯାଇଥିବା ଅଭିଯୋଗ ଆଣିଛି ଗାଜାଷ୍ଟ୍ରିପ୍‌ର ହମାସ୍ ଉଗ୍ରବାଦୀ ସଂଗଠନ। କେବଳ ଅଭିଯୋଗ ଆଣିନାହିଁ ବରଂ ହମାସ୍‌, ବନ୍ଧକ ରଖିଥିବା ଇସ୍ରାଏଲୀୟ ନାଗରିକଙ୍କ ମୁକ୍ତି ପ୍ରକ୍ରିୟାକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍ଥଗିତ ରଖିଛି। ଫଳରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ବନ୍ଧକ ବିନିମୟ ପ୍ରକ୍ରିୟା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ହମାସ ଅନୁଯାୟୀ, ଗାଜା ଅସ୍ତ୍ରବିରତିର ଅଂଶ ଭାବରେ ଇସ୍ରାଏଲ ଏହାର ଅନେକ ଦାୟିତ୍ୱ ପୂରଣ କରିନାହିଁ। ଗତ ୩ସପ୍ତାହ ମଧ୍ୟରେ, ଇସ୍ରାଏଲ୍ ପକ୍ଷରୁ ବାରମ୍ବାର ଚୁୂକ୍ତି ଉଲ୍ଲଂଘନ ହୋଇଆସୁଛି। ଏଥିରେ ଉତ୍ତର ଗାଜାକୁ ବିସ୍ଥାପିତ ଲୋକଙ୍କ ପ୍ରତ୍ୟାବର୍ତ୍ତନରେ ବିଳମ୍ବ କରିବା, ଗୁଳିଚାଳନା ବନ୍ଦ କରିବା ଏବଂ ମାନବିକ ସହାୟତାକୁ ଅବରୋଧ କରିବା ଆଦି ଅନ୍ତର୍ଭୁକ୍ତ ରହିଛି।

ଅନ୍ୟପକ୍ଷେ ହମାସ ପକ୍ଷରୁ ଏପ୍ରକାର ବନ୍ଧକଙ୍କ ମୁକ୍ତିକୁ ସ୍ଥଗିତ ରଖାଯିବା ଉପରେ ଇସ୍ରାଏଲ ଏବଂ ଆମେରିକା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କିନ୍ତୁ ହମାସ କହିଛି ଯେ, ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତି ପାଳନ କରିନାହିଁ। ଏହି କାରଣରୁ, ଶନିବାର, ୧୫ ଫେବ୍ରୁଆରିରେ ହେବାକୁ ଥିବା ବନ୍ଧକ ବିନିମୟକୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷେ ହମାସ୍‌ର ଏପ୍ରକାର ଘୋଷଣା ପରେ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଯଦି ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ବନ୍ଧକଙ୍କୁ ମୁକ୍ତ କରାନଯାଏ, ତେବେ ଚୁକ୍ତିନାମା ବାତିଲ କରାଯିବ ଏବଂ ଏଥିପାଇଁ ହମାସ ବଡ଼ କ୍ଷତି ପାଇଁ ପ୍ରସ୍ତୁତ ରହିବା ଉଚିତ୍‌। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଟ୍ରମ୍ପଙ୍କ ମତକୁ ପସନ୍ଦ କରିଛନ୍ତି।

ଜାନୁଆରି ୧୯ ତାରିଖରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ସେବେଠାରୁ, ଏପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ୫ଥର ବନ୍ଧକ ବିନିମୟ ହୋଇସାରିଛନ୍ତି। ପରବର୍ତ୍ତୀ ଅଦଳବଦଳ ଫେବ୍ରୁଆରି ୧୫ରେ ହେବାର ଥିଲା, ଯାହାକୁ ଏବେ ହମାସ୍ ପକ୍ଷରୁ ସ୍ଥଗିତ ରଖାଯାଇଛି। ତେବେ ହମାସ୍‌ର ଏହି ନିଷ୍ପତ୍ତି ଏବେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିନାମାକୁ ବିପଦରେ ପକାଇଛି। ସେହିପରି ହମାସର ଘୋଷଣା ଉଭୟ ପକ୍ଷର ବନ୍ଧକଙ୍କ ପରିବାର ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ବନ୍ଧକଙ୍କ ପରିବାରବର୍ଗ ଚୁକ୍ତିକୁ ବଞ୍ଚାଇବା ପାଇଁ ମଧ୍ୟସ୍ଥତା କରୁଥିବା ଦେଶଗୁଡ଼ିକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking