31.1 C
Bhubaneswar
Wednesday, May 27, 2026
Homeଅପରାଧସମ୍ପତ୍ତି ଲୋଭରେ ଶିଳ୍ପପତି ଜେଜେଙ୍କୁ ହତ୍ୟା କଲା ନାତି

ସମ୍ପତ୍ତି ଲୋଭରେ ଶିଳ୍ପପତି ଜେଜେଙ୍କୁ ହତ୍ୟା କଲା ନାତି

ହାଇଦ୍ରାବାଦ୍‌: ପୈତୃକ ସମ୍ପତ୍ତି ପାଇବା ଲୋଭରେ ନିଜ ଜେଜେକୁ ହତ୍ୟା କରିଛି ନାତି। ଥରେ କି ଦୁଇଥର ନୁହେଁ, ୭୦ ଥର ଛୁରି ଭୁସି ଅତି ନୃଶଂସ ଭାବେ ହତ୍ୟା କରିଛି। ତେଲଙ୍ଗାନାର ହାଇଦ୍ରାବାଦ୍‌ରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୁଲିସ ଅଭିଯୁକ୍ତ ନାତି କିଲାରୁ କିର୍ତ୍ତି ତେଜା (୨୯)କୁ ଗିରଫ କରିଛି। ହତ୍ୟାର ଶିକାର ହୋଇଛନ୍ତି ୮୬ ବର୍ଷୀୟ ଶିଳ୍ପପତି ତଥା ଭେଲଜାନ୍ ଗ୍ରୁପ୍ ଅଫ୍ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓ। ଗତ ଗୁରୁବାର ରାତିରେ ଭେଲାମତି ଓ ତାଙ୍କ ନାତି ୨୯ ବର୍ଷୀୟ ତେଜାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରିବାର ଲୋକଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ କରୁନଥିବାରୁ ତେଜା ଜେଜେଙ୍କୁ ଗାଳିଗୁଲଜ କରିଥିଲା।

ଉଭୟଙ୍କ ଝଗଡ଼ା ସମୟରେ ତେଜାଙ୍କ ମାଆ ସରୋଜିନୀ ଦେବୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କାହା କଥା ବି ମାନିନଥିଲା। ଫଳରେ ସରୋଜିନୀ ଦେବୀ ମଧ୍ୟ ତେଜାର ଛୁରାଘାତରେ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଥିବା ବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ତେବେ ଯୁକ୍ତିତର୍କ ବଢ଼ିବାରୁ ଶେଷରେ ଜେତା ଉତ୍ତ୍ୟକ୍ତ ହୋଇ ଜେଜେଙ୍କୁ ଛୁରିରେ ଆକ୍ରମଣ କରିଥିଲା। ତାଙ୍କ ଶରୀରରେ ୭୦ରୁ ଅଧିକ ଥର ଛୁରାଘାତ କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପରେ ପୁଲିସ ତା’କୁ ଗିରଫ କରିଛି। ତେଜା ଆମେରିକାରେ ମାଷ୍ଟର ଡିଗ୍ରୀ ଶେଷ କରିବା ପରେ ନିକଟରେ ଘରକୁ ଫେରିଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking