26.1 C
Bhubaneswar
Monday, December 15, 2025
Homeଖେଳ୩୮ତମ ଜାତୀୟ କ୍ରୀଡ଼ାକ୍ଷ ଅନିମେଷ କୁଜୁର୍‌ଙ୍କୁ ୧୦୦ ମି. ସ୍ୱର୍ଣ୍ଣ

୩୮ତମ ଜାତୀୟ କ୍ରୀଡ଼ାକ୍ଷ ଅନିମେଷ କୁଜୁର୍‌ଙ୍କୁ ୧୦୦ ମି. ସ୍ୱର୍ଣ୍ଣ

ଡେରାଡୁନ୍‌: ଓଡ଼ିଶାର ଉଦୀୟମାନ ଯୁବ ଧାବକ ଅନିମେଷ କୁଜୁର୍ ଚଳିତ ୩୮ତମ ଜାତୀୟ କ୍ରୀଡ଼ାରେ ଶନିବାର ପୁରୁଷ ୧୦୦ ମିଟର ଦୌଡ଼ରେ ମିଟ୍ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଥ୍‌ଲେଟିକ୍ସ ଇଭେଣ୍ଟ୍‌ର ପ୍ରଥମ ଦିନ ଅନିମେଷ ୧୦.୨୮ ସେକେଣ୍ଡ୍ ସମୟ ସହ ଆସାମର ଅମ୍ଳାନ ବୋରଗୋହେନ୍‌ଙ୍କ ଜାତୀୟ କ୍ରୀଡ଼ା ରେକର୍ଡ ସମକକ୍ଷ ହୋଇଛନ୍ତି। ବୋରଗୋହେନ୍ ୨୦୦୨ରେ ଗୁଜରାଟରେ ଏହି ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। କୁଜୁରଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ୧୦.୨୭ ସେକେଣ୍ଡ୍ ରହିଛି। ଅନିମେଷ ୨୦୨୪ ଫେଡେରେସନ୍ କପ୍ ଏବଂ ଜାତୀୟ ଆନ୍ତଃ-ରାଜ୍ୟ ଚାମ୍ପିଅନ୍‌ଶିପ୍‌ରେ ୧୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ। ମହାରାଷ୍ଟ୍ରର ପ୍ରଣବ ଗୁରବ ୧୦.୩୨ ସେକେଣ୍ଡ୍ ସମୟ ସହ ରୌପ୍ୟ ପଦକ ଜିତିଥିବା ବେଳେ ବୋରଗୋହେନ୍ (୧୦.୪୩ ସେ.) ତୃତୀୟ ସ୍ଥାନରେ ରହିଛନ୍ତି। ଜାତୀୟ ରେକର୍ଡଧାରୀ ସେନାର ମଣିକାନ୍ତ ହୋବଲିଧର ୧୦.୪୬ ସେକେଣ୍ଡ୍ ସହ ପଞ୍ଚମ ସ୍ଥାନରେ ରହିଛନ୍ତି। ୨୦୨୩ରେ ସେ ୧୦.୨୩ ସେକେଣ୍ଡ୍ ସହ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ। ମହିଳା ୧୦୦ ମିଟର୍ ଇଭେଣ୍ଟ୍‌ରେ ମହାରାଷ୍ଟ୍ରର ସୁଦେଶନା ଶିବଶଙ୍କର ୧୧.୭୬ ସେକେଣ୍ଡ୍ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେଲେଙ୍ଗାନାର ନିଥ୍ୟା ଗନ୍ଧେ (୧୧.୭୯ ସେ.) ଏବଂ ତାମିଲନାଡ଼ୁର ଗିରିଧରାନୀ ରବିକୁମାର (୧୧.୮୮ ସେ.) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking