ପଟ୍ଟାମୁଣ୍ଡାଇ: ଜଣେ ଯୁବତୀଙ୍କୁ ଏକ ପ୍ରତିଷ୍ଠିତ ଗଣନାଟ୍ୟରେ ହିରୋଇନ୍ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଲେ । ତାଙ୍କ ମନରେ ବିଶ୍ୱାସ ଜନ୍ମାଇ ଏକ ପ୍ରତିଷ୍ଠିତ ଯାତ୍ରା ଅନୁଷ୍ଠାନର ମ୍ୟାନେଜର ବୋଲି କହୁଥିବା ୨ ଜଣ ଯୁବକ ସଂପୃକ୍ତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ୨ ଲକ୍ଷ ୮୦ହଜାର ଟଙ୍କା ଲୁଟି ନେଇଛନ୍ତି । ତେବେ ପ୍ରତିଶ୍ରୁତି ପୂରଣ ନକରିବାରୁ ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାର ଧମକ ଦେଇ ପୁଣି ଟଙ୍କା ମାଗିଥିଲେ । ଏଥିରେ ଅତିଷ୍ଠ ହୋଇ ପୀଡ଼ିତା ଶେଷରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସଂପୃକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଜେଲ୍କୁ ପଠାଇ ଦିଆଯାଇଛି ।
ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଏକ ଗ୍ରାମର ସଂପୃକ୍ତ ପୀଡ଼ିତାଙ୍କ ଅଭିଯୋଗରୁ ପ୍ରକାଶ ଯେ, ଏକ ପ୍ରତିଷ୍ଠିତ ଗଣନାଟ୍ୟରେ ହିରୋଇନ କରି ଦେବାର ମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ ଉକ୍ତ ଯାତ୍ରା ପାଟିର ପରିଚାଳକ ବୋଲି ଦାବି କରୁଥିବା ବୁଲୁ ପଣ୍ଡା ଓ ଜ୍ୟୋତି ପଣ୍ଡା ଗତ ଏପ୍ରିଲ ମାସ ୬ ତାରିଖ ଦିନ ଚଉଦକୁଲାଟ ପେଟ୍ରୋଲ ପମ୍ପ୍ ନିକଟରୁ ତାଙ୍କୁ ନେଇ କେନ୍ଦ୍ରାପଡ଼ା ଗରାପୁରର ଏକ ହୋଟେଲକୁ ନେଇଥିଲେ । ଅଭିଯୁକ୍ତ ଦ୍ୱୟ ପୂର୍ବରୁ ଉକ୍ତ ହୋଟେଲରେ ୨ଟି ରୁମ୍ ବୁକ୍ କରିଥିଲେ । ହୋଟେଲରେ ପହଞ୍ଚିବା ପରେ ସେମାନେ ପ୍ରଚୁର ମଦ୍ୟପାନ କରିବା ସହିତ ତାଙ୍କୁ ଥଣ୍ଡା ପାନୀୟ ପିଇବାକୁ ଦେଇଥିଲେ । ସେ ଚେତାଶୂନ୍ୟ ହୋଇଯିବା ପରେ ତାଙ୍କୁ ସେମାନେ ବଳାତ୍କାର କରିବା ସହ ଅଶ୍ଳୀଳ ଫଟୋ ଉଠାଇବା ସହ ଭିଡିଓ ସୁଟ୍ କରିଥିଲେ । ତାଙ୍କର ଚେତା ଫେରିବା ପରେ ଏ ସମ୍ପର୍କରେ କାହାରିକୁ ନକହିବାକୁ ତାଗିଦ୍ କରିଥିଲେ । ନଚେତ୍ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କରିଦେବୁ ବୋଲି ଧମକ ଦେଇଥିଲେ । ଏହା ସହ ଯାତ୍ରା ପାଟି ର୍ର ହିରୋଇନ୍ କରିବାକୁ ବୁଲୁ ପଣ୍ଡା ତାଙ୍କଠାରୁ ଉକ୍ତ ଦିନ ୨ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲା । ପରଦିନ ସେମାନେ ପୀଡ଼ିତାଙ୍କୁ ବାଲିଚନ୍ଦ୍ରପୁର ନେଇ ପାଟି ର୍ ମାଲିକଙ୍କୁ ସାକ୍ଷାତ କରାଇଥିଲେ । ସେଠାରେ ତାଙ୍କୁ ଯାତ୍ରା ପାର୍ଟି ହିରୋଇନ୍ ହେବା ପାଇଁ ଏଗ୍ରିମେଣ୍ଟ କରିବାକୁ ଆଉ ଥରେ ଆସିବାକୁ କହିଥିଲେ ।
ଚଳିତ ମାସ ୧୨ ତାରିଖରେ ବୁଲୁ ପଣ୍ଡା ତାଙ୍କୁ ଗଗୁଆ ଛକରୁ ବଳପୂର୍ବକ ଉଠାଇ ନେଇ କଳିଙ୍ଗ ପ୍ୟାଲେସ ହୋଟେଲକୁ ନେଇ ସେଠାରେ ବଳାତ୍କାର କରିବା ସହ ହିରୋଇନ୍ ହେବାକୁ ହେଲେ ଆଉ ୫୦ ହଜାର ଟଙ୍କା ଦାବି କରିଥିଲା । ପୀଡ଼ ିତା ଏଥିରେ ଅରାଜି ହେବା ସହ ଅଟୋରେ ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ବୁଲୁ ପଣ୍ଡା ତାକୁ ନିଜ ବାଇକ୍ରେ ବସାଇ ତିନିମୁହାଣିରେ ଛାଡ଼ି ଦେଇଥିଲା । ଘଟଣା ପରେ ଅଭିଯୁକ୍ତ ଦ୍ୱୟ ଭିଡିଓ କଲ୍ କରି ତାଙ୍କୁ ଉଲଗ୍ନ ହେବାକୁ ଧମକ ଦେବା ସହିତ ପୁନରାୟ ଟଙ୍କା ଦେବାକୁ ଧମକ ଦେଉଛନ୍ତି ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଘଟଣାର ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ତେବେ ଅଭିଯୁକ୍ତ ଦ୍ୱୟ ପ୍ରକୃତରେ କୌଣସି ପ୍ରତିଷ୍ଠିତ ପାର୍ଟିର କି ନୁହେଁ ତାହା ଜଣାପଡ଼ିନାର୍ହିଁ ।










