15.1 C
Bhubaneswar
Saturday, December 20, 2025
Homeଓଡିଶାବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ହେଲେ ଏୟାର ଲିପ୍ଟ

ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି ହେଲେ ଏୟାର ଲିପ୍ଟ

ଭୁବନେଶ୍ବର: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି। ସେ କିଛିଦିନ ଧରି ଚିକିତ୍ସା ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାର ଉନ୍ନତି ପରିଲକ୍ଷିତ ନହେବା କାରଣରୁ ତାଙ୍କୁ ଏୟାରଲିପ୍ଟ ଯୋଗେ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ ଜଣେ ସିନେ କଳାକାର ଭାବରେ ଓଡ଼ିଶାର ଘରେ ଘରେ ପରିଚିତ। ଅଭିମାନ ସିନେମାରୁ କ୍ୟାରିୟର ଆରମ୍ଭ କରି ଆଜିଯାଏ ଅନେକ ହିଟ୍ ଓଡ଼ିଆ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ୧୩୫ରୁ ଅଧିକ ଓଡ଼ିଆ ଫିଲ୍ମ, ୩୦ରୁ ଅଧିକ ବେଙ୍ଗଲୀ, ଗୋଟିଏ ହିନ୍ଦୀ ଫିଲ୍ମ ବ୍ୟତୀତ ଅନେକ ଓଡ଼ିଆ ସିରିଏଲରେ ଅଭିନୟ କରି ଫିଲ୍ମଜଗତ ପାଇଁ ଅନେକ ଛାପ ଛାଡ଼ିଯାଇଛନ୍ତି। ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ନିକଟରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଅବସରରେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking