ବ୍ୟୁରୋ: ସାପକୁ ଆପଣମାନେ ନିଶ୍ଚୟ ଦେଖିଥିବେ । ସାଧାରଣତ ପୌରାଣିକ କାହାଣୀ ଗୁଡିକରେ ଆମେ ସାପ ବିଷୟରେ ବିଭିନ୍ନ କଥା ଶୁଣିଥାଉ ଆଉ ଦେଖିଥାଉ । ଭଗବାନ ଶିବଙ୍କ ବେକରେ ସାପଟିଏ ଥିବା ଏବଂ ବିରାଟ ସାପ ଉପରେ ଭଗବାନ ବିଷ୍ଣୁ ଶୋଇରହିଥିବା ଆମେ ବିଭିନ୍ନ ଫଟୋରେ ଦେଖିଛୁ । ଏପରିକି ସାପକୁ ଦେଖିବା ମାତ୍ରେ କିଛି ଲୋକ ଭୟଭୀତ ହୋଇଯାନ୍ତି । କେବେ ଆପଣ ଭାବିଛନ୍ତି କି ସାପର ରହସ୍ୟ ସହ ଆପଣଙ୍କ ଜୀବନରେ କିଛି ଖାସ ଘଟଣା ଲୁଚିରହିଛି କି ? ତେବେ ଚୀନର ଏକ କ୍ୟାଲେଣ୍ଡର ଲେଖା ଯାଇଛି ୨୦୨୫ ବର୍ଷ ହେଇଛି ସାପର ବର୍ଷ । ଯଦି ଆପଣଙ୍କ ଜନ୍ମ ବର୍ଷ ୧୯୦୫,୧୯୧୭,୧୯୨୯,୧୯୪୧,୧୯୫୩,୧୯୬୫,୧୯୭୭,୧୯୮୯,୨୦୦୧,ଏବଂ ୨୦୧୩ କିମ୍ବା ୨୦୨୫ରେ ହୋଇଛି ତାହେଲେ ଆପଣଙ୍କ ଠାରେ ସାପଙ୍କ ଭଳି କିଛି ଲକ୍ଷଣ ଦେଖାଯାଇଥାଏ ।
ସୂଚନା ଅନୁସାରେ ଚୀନର ରାଷ୍ଟ୍ରପତି ଜିନ୍ ପିଙ୍ଗ,ଆମେରିକା ସିଙ୍ଗର, ଟେଲର ସ୍ୱିଫ୍ଟ, ବିଲି ଏଲିସ୍ ଭଳି ପ୍ରସିଦ୍ଧ ଲୋକ ଏହି ବର୍ଷ ଗୁଡିକରେ ଜନ୍ମ ହୋଇଥିଲେ । ଚୀନ ରାଶିଚକ୍ର କଥା ଯଦି କହିବା ତାହେଲେ ଏହି ବର୍ଷ ଗୁଡିକରେ ଜନ୍ମ ହୋଇଥିବା ଲୋକେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି । ଏହା ସହ ଖୁବ ଆକର୍ଷଣୀୟ ହୋଇଥାନ୍ତି । ତେବେ ସାପକୁ ବୁଦ୍ଧିମାନ ଓ ଚତୁର ପ୍ରାଣୀ ବୋଲି କୁହାଯାଏ । ମିଶରରେ କୋବ୍ରାକୁ ଶକ୍ତିର ଏକ ପ୍ରତୀକ କୁହାଯାଉଥିଲା । ଏହାକୁ ମୁଣ୍ଡରେ ଶୋଭା ପାଉଥିଲା । ଯାହାକି ଦେଶ ଓ ରାଜାଙ୍କୁ ରକ୍ଷା କରୁଥିଲା । ଏହାପରେ ବିଶାଳ ସାପ ଏପେପ୍ ଅରାଜକତା ଓ ବିଶୃଙ୍ଖଳାକୁ ପ୍ରତିନିଧିତ୍ୱ କରୁଥିଲା । ଯଦି ଆମେ ଗ୍ରୀକ ପୌରାଣିକ କଥା ଚିନ୍ତା କରିବା ତାହେଲେ ସାପରୁ ବିଭିନ୍ନ ପ୍ରକାର େଓøଷଧ ଓ ଚିକିତ୍ସା ପାଇଁ ଉପଚାର କରିବାର ପ୍ରତୀକ ଅଟେ ।
ଏହି ପ୍ରତୀକର ବ୍ୟବହାର ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ଏଠାରେ ଲୋକଙ୍କୁ ସୁସ୍ଥତା ପାଇଁ ସାପର ଚିକିତ୍ସାକୁ ସାମିଲ କରାଯାଇଥାଏ । ଚୀନରେ ଏକ ସୁନ୍ଦର କିମ୍ବଦନ୍ତି ଅଛି । ବାଇ ସୁଜେନ୍ ହେଉଛି ଏକ ସାପର ଆତ୍ମା । ଯିଏକି ମହିଳାରେ ପରିବର୍ତନ ହୋଇଥାଏ । ଯିଏକି ଏକ ମଣିଷକୁ ଭଲପାଇଥାଏ । କିନ୍ତୁ ନିଜେ ଜଣେ ସାପ ହୋଇଥିବା ହେତୁ ତା ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଯାଇଥାଏ । ଓ ଏହାର ଶେଷ ବହୁତ ଦୁଃଖଦ ହୋଇଥାଏ । ହିନ୍ଦୁ ଧର୍ମରେ ସାପକୁ ଧନ ଓ ପାଣିର ରକ୍ଷକ ଭାବେ ବିଚାର କରାଯାଏ । କାରଣ ଏହା ଜୀବନ ପାଇଁ ବହୁତ ଜରୁରୀ ହୋଇଥାଏ । ଏଥିପାଇଁ ଏହାକୁ ଜୀବନ ରକ୍ଷକ ବୋଲି ବିଚାର କରାଯାଏ । ପ୍ରମୁଖ ନାଗ ମାନଙ୍କ ମଧ୍ୟରେ ରହିଛି ଶେଷନାଗ । ଯାହାକୁ ଅନନ୍ତ ନାଗ ବୋଲି କୁହାଯାଏ । ଶେଷନାଗ ନିଜ ବିଶାଳ ଏବଂ କୁଣ୍ଡଳୀ ପରି ଶରୀରରେ ବ୍ରଦ୍ମାଣ୍ଡକୁ ସମ୍ଭାଳି ରଖିଛନ୍ତି ଏବଂ ଏଥିରେ ଭଗବାନ ବିଷ୍ଣୁଙ୍କୁ ଆରାମ କରିବା ପାଇଁ ଜାଗା ଦେଇଛି ।