28.8 C
Bhubaneswar
Sunday, April 12, 2026
Homeଓଡିଶାପଣ୍ୟାଗାର ନିଗମ କର୍ମଚାରୀ ମହାସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପଣ୍ୟାଗାର ନିଗମ କର୍ମଚାରୀ ମହାସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅଖିଳ ଭାରତ ରାଜ୍ୟ ପଣ୍ୟାଗାର ନିଗମ କର୍ମଚାରୀ ମହାସଂଘର ୭ମ ବାର୍ଷିକ ସମ୍ମିଳନୀ ଏବଂ ଓଡିଶା ରାଜ୍ୟ ପଣ୍ୟାଗାର ନିଗମ କର୍ମଚାରୀ ସଂଘର ୩୮ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପଣ୍ୟାଗାର ନିଗମର ସମୃଦ୍ଧି ପାଇଁ କର୍ମଚାରୀମାନଙ୍କୁ ନୀତିନିଷ୍ଠ ସରକାରୀ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପ୍ରେରିତ କରିଥିଲେ ।

କର୍ମଚାରୀ ସଂଗ୍ରାମ ସମିତିର ପ୍ରତିଷ୍ଠାତା ନଳିନୀ ରଞ୍ଜନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡକ୍ଟର ଗଣେଶ୍ଵର ଜେନା, ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି, ସର୍ବଭାରତୀୟ ସରକାରୀ କର୍ମଚାରୀ ଫେଡେରେସନର ସାଧାରଣ ସମ୍ପାଦକ ଏ. ଶ୍ରୀ କୁମାର, ପଞ୍ଜାବ ପଣ୍ୟାଗାର ନିଗମର ବିନୟ କୁମାର ଶର୍ମା, ରାଜସ୍ଥାନ ପଣ୍ୟାଗାର ନିଗମର ଅମରନାଥ ଶର୍ମା, ମହାସଚିବ ସୁନିଲ ସିଂ ପ୍ରମୁଖ ଯୋଗ ଦେଇଥିଲେ ।

ନିମନ୍ତ୍ରିତ ଅତିଥିମାନଙ୍କୁ ମହାସଂଘର ମହାସଚିବ ପ୍ରଭାତ କୁମାର ପରିଡ଼ା ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସମ୍ପାଦକ ଜ୍ୟୋତ୍ସ୍ନାମୟୀ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଓଡିଶା ରାଜ୍ୟ ପଣ୍ୟାଗାର ନିଗମ କର୍ମଚାରୀ ସଂଘର ଉପସଭାପତି ସୁଦର୍ଶନ ଖଟୁଆ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୌମ୍ୟ ପ୍ରକାଶ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking