20.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଠକିଦେଲା ତାନ୍ତ୍ରିକ

ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଠକିଦେଲା ତାନ୍ତ୍ରିକ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ତନ୍ତ୍ର-ମନ୍ତ୍ର ସହ ଜଡ଼ିତ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କର ଅଶ୍ଳୀଳ ଭିଡିଓ ଫଟୋ ଭାଇରାଲ କରାଯାଇଛି। ଏଥିସହ ଅଭିଯୁକ୍ତ ତାନ୍ତ୍ରିକ ଜମିରୁ ସୁନା ବାହାର କରିବା ନାଁରେ ଅସଲି ସୁନାଗହଣା ପରିବର୍ତ୍ତେ ନକଲି ଅଳଙ୍କାର ଦେଇ ଠକେଇ କରିଛି। ଏହି ଘଟଣା ପରେ ମହିଳାଙ୍କ ଜଣକ ଦାବି କରିବା ପରେ ତାଙ୍କର ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ଅନ୍ଧବିଶ୍ୱାସ ଜାଲରେ ଫଶିଯାଇଥିବା ପୀଡିତ ମହିଳା ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି। ଅଭିଯୋଗ କରିଥିବା ମହିଳା କହିଛନ୍ତି ଯେ, ଜଣେ ତାନ୍ତ୍ରିକ ତନ୍ତ୍ର-ମନ୍ତ୍ର ଜରିଆରେ ଅସଲି ସୁନାକୁ ବହୁଗୁଣିତ କରିବାର ଲୋଭ ଦେଖାଇଥିଲା। ଯାହାପରେ ସେ ବିବାହରେ ଯାହା ସୁନା ଆଣିଥିଲେ ତାକୁ ସେ ତନ୍ତ୍ର-ମନ୍ତ୍ର ପାଇଁ ଦେଇଥିଲେ। ଯାହାକୁ ସେହି ତାନ୍ତ୍ରିକ ଜଣକ ତନ୍ତ୍ର-ମନ୍ତ୍ର ଦ୍ୱାରା ମାଟି ତଳେ ପୋତିଦେଇଥିଲେ। ଏହାପରେ ତାନ୍ତ୍ରିକ ଜଣକ ମହିଳାଙ୍କୁ ତନ୍ତ୍ର-ମନ୍ତ୍ର ଜରିଆରେ ଉଲଗ୍ନ କଥା କହିଥିଲେ। ଏହି ସମୟରେ ସେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଉଠାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking