30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଶ୍ରଦ୍ଧାର ଅନ୍ତିମ ସଂସ୍କାର ପାଇଁ ଅଢେଇ ବର୍ଷର ଅପେକ୍ଷା

ଶ୍ରଦ୍ଧାର ଅନ୍ତିମ ସଂସ୍କାର ପାଇଁ ଅଢେଇ ବର୍ଷର ଅପେକ୍ଷା

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାକୁ ପା୍ଖାପାଖି ୨ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଆଜି ପର‌୍ୟ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ। ଦିଲ୍ଲୀର ପୁଲିସ ଷ୍ଟେସନ ଗୋଦାମରେ ଏକ ଛୋଟ ବାକ୍ସ ଟିଏ ରଖାଯାଇଛି। ଏହି ବାକ୍ସ ଭିତରେ ଅଛନ୍ତି ଶ୍ରଦ୍ଧା ୱାକର। ଶ୍ରଦ୍ଧା ଆଜି ବି ନିଜର ଅନ୍ତିମ ସଂସ୍କାର ଅପେକ୍ଷାରେ ଅଛନ୍ତି।  ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ପ୍ରେମିକ ଅଫତାବ ଅମିନ ପୁନାୱାଲା ମୃତଦେହକୁ ହଟାଇବା ପାଇଁ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ସେ ଗୁଗୁଲରେ ଅନେକ ସର୍ଚ୍ଚ କରିଥିଲା ଏବଂ ଫ୍ରିଜ୍ କିଣିଥିଲା ଏବଂ ଆମେରିକାର କ୍ରାଇମ ସୋ ଡେକ୍ସଟର ଦେଖି ଶ୍ରଦ୍ଧାଙ୍କୁ ୩୫ଖଣ୍ଡ କରି କାଟିବା ପରେ ମୃତଦେହକୁ ଠିକଣା ଲଗାଇବା ପାଇଁ ଯୋଜନା କରିଥିଲା। ଏହି ମାମଲାକୁ ୨ବର୍ଷ ବିତିଗଲାଣି। କିନ୍ତୁ ଏବେ ବି ଏହି ମାମଲା ପ୍ରତିଦିନ ଶୁଣାଣି ଅପେକ୍ଷାରେ ରହିଛି। କୁହାଯାଉଛି କି ଏହି ମାମଲାର ଅନେକ ଯାଞ୍ଚ ଅଧାରେ ରହିଛି। ତେଣୁ ଶୁଣାଣି ପାଇଁ ବିଳମ୍ବ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking