19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଚୀନ୍‌ !

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଚୀନ୍‌ !

ନୂଆଦିଲ୍ଲୀ : ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଚୀନ୍‌ ! ରାଷ୍ଟ୍ରପତି ସି ଜିନ୍‌ପିନ ଏନେଇ ଅଧିକ ଗମ୍ଭୀର ନଜର ଆସିଥିବା ବେଳେ ପିପୁଲ୍ସ ଲିବରେସନ ଆର୍ମୀ (ପିଏଲ୍‌ଏ) ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ଚର୍ଚ୍ଚା ହେଉଛି। ଚୀନ୍‌ର ସାମରିକ ଶିବିର ଗୁଡ଼ିକୁ ମଜବୁତ କରାଯାଉଥିବା କୁହାଯାଉଛି। ବୋମା ଆକ୍ରମଣରୁ ସୈନ୍ୟମାନଙ୍କୁ ସୁରକ୍ଷା ପାଇଁ ନୂଆ କମାଣ୍ଡ କମ୍ଳେକ୍ସର ନିର୍ମାଣ ମଧ୍ୟ ହେଉଛି। ତେବେ ଏପରି କିଛି ପ୍ରସ୍ତୁତିରୁ ଯୁଦ୍ଧ ହେବାର ସମ୍ଭାବନା ରହିଥିବା ସନ୍ଦେହ କରାଯାଉଛି। ପିଏଲ୍‌ଏ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋଜେକ୍ଟରେ କାମ ଚାଲୁଥିବା ସାଟେଲାଇଟ ଚିତ୍ରରୁ ଜଣାଉଛି। କିନ୍ତୁ ଏଥିମଧ୍ୟରୁ ସବୁଠାରୁ ଚିନ୍ତାଜନକ କଥା ହେଉଛି ନୂଆ କମାଣ୍ଡ କମ୍ଳେକ୍ସ। ରାଜଧାନୀ ବେଜିଂରୁ ପାଖାପାଖି ୨୫-୩୦ କିଲୋମିଟର ପଶ୍ଚିମ-ଦକ୍ଷିଣ ଦିଗରେ ଏହାର ନିର୍ମାଣ କରାଯାଉଛି।

ଗତ ଜାନୁଆରୀ ମାସରେ ଫାଇନାନ୍‌ସିଆଲ୍‌ ଟାଇମ୍ସରେ କମାଣ୍ଡ କମ୍ପ୍ଳେକ୍ସକୁ ନେଇ ଏକ ଖବର ପ୍ରକାଶିତ ହୋଇଥିଲା। କୁହାଯାଉଛି ଯେ, ପିଏଲ୍‌ଏରେ ଯୁଦ୍ଧକାଳୀନ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର ଭାବରେ କାମ କରିବା ପାଇଁ ଏହାକୁ ଡିଜାଇନ କରାଯାଇଚି। ଏହି ଭିତ୍ତିଭୁମୀଟି ପାଖାପାଖି ୧,୫୦୦ ଏକର ପର୍ଯ୍ୟନ୍ତ ପରିବ୍ୟାପ୍ତ। ଗୁରୁତ୍ବପୂର୍ଣ୍ଣ କଥା ହେଊଛି ଏହା ପେଣ୍ଟାଗନ ଠାରୁ ୧୦ ଗୁଣ ବଡ଼ ଅଟେ। ସାଟେଲାଇଟ ଫଟୋରୁ ଜଣାପଡ଼ିଛି ଯେ, ବିଭିନ୍ନ ସାଇଟରେ ବଡ଼ ବଡ଼ ଖାଲ ଖୋଳାଯାଇଛି ଏବଂ ଏଥିରେ ବଡ଼ ବଡ଼ ବଙ୍କର ନିର୍ମାଣ କରାଯିବ। ସୂଚନାଥାଉକି, ବଙ୍କରଗୁଡ଼ିକ ପରମାଣୁ ଆକ୍ରମଣ ସମୟରେ ରକ୍ଷା ପାଇବା ପାଇଁ ବିଶେଷ ସହାୟକ ହୋଇଥାଏ। ଯେବେ ଏହି କମାଣ୍ଡ କମ୍ପ୍ଳେକ୍ସ କାମ ସରିବ, ଏହା ବିଶ୍ବର ସବୁଠାରୁ ବଡ଼ ସୈନ୍ୟ ଶିବିର ଭାବେ ନାମିତ ହେବ। କିଛି ଲୋକ ଏହାକୁ ବେଜିଂ ମିଲିଟାରି ସିଟି ମଧ୍ୟ କୁହନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking