28.1 C
Bhubaneswar
Friday, March 27, 2026
Homeଦେଶ ବିଦେଶଲୋକସଭାରେ ଆସିବ ୱାକଫ୍ ବିଲ୍ ରିପୋର୍ଟ

ଲୋକସଭାରେ ଆସିବ ୱାକଫ୍ ବିଲ୍ ରିପୋର୍ଟ

ନୂଆଦିଲ୍ଲୀ : ଆଜି ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ବିଲ୍ ରିପୋର୍ଟ । ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ଏହି ରିପୋର୍ଟ ଉପସ୍ଥାପିତ କରିବେ। ଉଭୟ ଇଂରାଜୀ ଓ ହିନ୍ଦୀ ଭର୍ସନରେ ଏହି ରିପୋର୍ଟ ଗୃହରେ ଆଗତ ହେବ। ଗତ ଜାନୁଆରୀ ୩୦ ତାରିଖରେ ଜେପିସି ଅଧ୍ୟକ୍ଷ ସଂସଦକୁ ଆସି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟିଥିଲେ । ଏହା ସହ ୱାକଫ୍ ବିଲ୍ ସମ୍ପର୍କିତ ଜେପିସିର ଚୂଡାନ୍ତ ରିପୋର୍ଟ କପି ପ୍ରଦାନ କରିଥିଲେ। ଗତ ଜାନୁଆରୀ ୨୯ ତାରିଖରେ ଜେପିସି ଚିଠା ରିପୋର୍ଟକୁ ଅନୁମୋଦନ କରିଥିଲା। କମିଟିର ୧୬ ଜଣ ସଦସ୍ୟ ରିପୋର୍ଟ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୧୧ ସଦସ୍ୟ ଏହା ବିପକ୍ଷରେ ଭୋଟ୍ ଦେଇଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking