21.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶରେଳ ଟ୍ରାକରେ କାର ଚଳାଇଲେ ଯୁବକ

ରେଳ ଟ୍ରାକରେ କାର ଚଳାଇଲେ ଯୁବକ

ବେଙ୍ଗାଲୁରୁ: କର୍ଣ୍ଣାଟକର ଟେକଲ ରେଳ ଷ୍ଟେସନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଯେତେବେଳେ ଜଣେ ମଦ୍ୟପ ବ୍ୟକ୍ତି ରେଳ ଷ୍ଟେସନ ପରିସରରେ ତାଙ୍କ କାର ପୁରାଇ ଦେଇଥିଲେ। କେବଳ ଏତିକି ନୁହେଁ, ବ୍ୟକ୍ତି ଜଣକ ଏଠାରେ ଅଟକି ନଥିଲେ ଏବଂ କାରଟିକୁ ପ୍ଲାଟଫର୍ମ ଉପରକୁ ନେଇଗଲେ ଏବଂ ତା’ପରେ ରେଳଧାରଣା ଉପରେ କାର ଚଲାଇ ଥିଲେ । ଆଶ୍ୱସ୍ତିର କଥା ହେଉଛି ଯେ ଯେତେବେଳେ କାରଟି ରେଳଧାରଣାରେ ଚାଲୁଥିଲା, ସେତେବେଳେ କୌଣସି ଟ୍ରେନ୍ ସେହି ଧାରଣାରେ ଆସୁନଥିଲା | ଆଉ ସୌଭାଗ୍ୟବଶତଃ କାର ଚାଳକ ଜଣକ ବଂଚିଯାଇଥିଲେ ।ରେଳ ପ୍ରଶାସନ ଏ ବିଷୟରେ ସୂଚନା ପାଇବା ମାତ୍ରେ ତୁରନ୍ତ ଜେସିବି ବୁଲଡୋଜର ଡକାଯାଇ କାରଟିକୁ ରେଳ ଟ୍ରାକରୁ ହଟାଇଥିଲା। ଏହି ସମୟରେ, କାରର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ସୂଚନା ଅନୁଯାୟୀ, ଡ୍ରାଇଭରଙ୍କୁ କୌଣସି ଗୁରୁତର ଆଘାତ ଲାଗିନାହିଁ। ଏଥିସହିତ, ପୁଲିସ ଡ୍ରାଇଭରଙ୍କୁ ହେପାଜତକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking