13.1 C
Bhubaneswar
Sunday, December 7, 2025
Homeଓଡିଶାଜାଣନ୍ତୁ ଶ୍ରମିକ କେମିତି ପାଇବେ ଦୁଇ ଲକ୍ଷ ଟଙ୍କା ?

ଜାଣନ୍ତୁ ଶ୍ରମିକ କେମିତି ପାଇବେ ଦୁଇ ଲକ୍ଷ ଟଙ୍କା ?

ଭୁବନେଶ୍ୱର: ଅଳ୍ପ କାମ କରି ଅଧିକ ସୁବିଧା ପାଇବାକୁ ଚାହୁଁଥିଲେ ଏହି ଯୋଜନାକୁ ହାତ ଛଡା କରନ୍ତୁ ନାହିଁ । ଏଥିରେ ଲୋକେ ଅନେକ ସୁବିଧା ପାଇପାରିବେ। ଏହି ଯୋଜନାରେ ମିଳୁଛି ଢେର ସାରା ଲାଭ । ଭାରତ ସରକାରଙ୍କ ଦ୍ୱାରା ଏହି ଯୋଜନାକୁ ବାହାର କରାଯାଇଛି ।  ତେବେ କ’ଣ ଏହି -ଶ୍ରମ ଯୋଜନା, ଏବଂ ଏହାକୁ କେମିତି କରିବେ ଆବେଦନ ଜାଣି ରଖନ୍ତୁ ।   ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଦ୍ୱାରା ୨୬ ଅଗଷ୍ଟ ୨୦୨୧ ରେ ଅସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ଡାଟାବେସ୍ ତିଆରି କରିବା ପାଇଁ ଇ-ଶ୍ରମ ପୋର୍ଟାଲ ଲଞ୍ଚ କରାଯାଇଥିଲା । ଏହି ପୋର୍ଟାଲରେ ସବୁବର୍ଗର ଲୋକ ନିଜର ରେଜିଷ୍ଟ୍ରେସନ କରିପାରିବେ। ଏହି ଯୋଜନା ସେହି ଶ୍ରମିକଙ୍କ ପାଇଁ ପ୍ରଯ୍ୟୁଜ୍ୟ ଯେଉଁମାନେ ଇପିଫଓ ଏବଂ ଆଇସିର ସଦସ୍ୟ ହୋଇନଥିବେ । ଏଥିପାଇଁ କେବଳ ଆଧାର ନମ୍ୱର ଏବଂ ବ୍ୟାଙ୍କ ଡିଟେଲ ଆବଶ୍ୟକ ହୋଇଥାଏ । ଏଥିରେ ସମସ୍ତ ଶ୍ରମିକ ନିଜର ରେଜିଷ୍ଟ୍ରେନ କରି ଫାଇଦା ଉଠାଇ ପାରିବେ । ଇ-ଶ୍ରମ ପୋର୍ଟାଲରେ ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ପଞ୍ଜୀକରଣ କରିପାରିବେ । ପୋର୍ଟାଲରେ ଅନଲାଇନ୍ ପଞ୍ଜୀକରଣ ପାଇଁ ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଏବଂ ମୋବାଇଲ୍ ନମ୍ବର ରହିବା ଆବଶ୍ୟକ । ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ । ଇ-ଲେବର ପୋର୍ଟାଲ eshram.gov.in ର ଅଫିସିଆଲ୍ ୱେବସାଇଟ୍ କୁ ଯାଇ ଆବେଦନ ପ୍ରକ୍ରିୟା ପୂରଣ କରିବେ । ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବୟସ ୧୮ ରୁ ୫୯ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଇ-ଶ୍ରମ ଯୋଜନାରେ ପଞ୍ଜୀକୃତ ପରେ ଯଦି ଶ୍ରମିକ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମତା ହେଲେ ସେମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଆଂଶିକ ଅକ୍ଷମତା କ୍ଷେତ୍ରରେ, ଏକ ଲକ୍ଷ ଟଙ୍କା ସହାୟତା ଦିଆଯାଏ ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking