26.7 C
Bhubaneswar
Thursday, April 9, 2026
Homeଦେଶ ବିଦେଶ୫୫ ପ୍ରତିଶତ ଟ୍ରକ ଚାଳକଙ୍କ ଦୃଷ୍ଟିଶକ୍ତି ଖରାପ: ଦିଲ୍ଲୀ ରିପୋର୍ଟ

୫୫ ପ୍ରତିଶତ ଟ୍ରକ ଚାଳକଙ୍କ ଦୃଷ୍ଟିଶକ୍ତି ଖରାପ: ଦିଲ୍ଲୀ ରିପୋର୍ଟ

ନୂଆଦିଲ୍ଲୀ: ଟ୍ରକ୍ ଚାଳକଙ୍କ ସମ୍ପର୍କରେ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଭାରତରେ ପ୍ରାୟ ୫୫.୧ ପ୍ରତିଶତ ଟ୍ରକ୍ ଚାଳକଙ୍କ ଦୃଷ୍ଟିଶକ୍ତି ଖରାପ ଥିବା ବେଳେ ୫୩.୩ ପ୍ରତିଶତଙ୍କୁ ଦୂର ଦୃଷ୍ଟି ସଂଶୋଧନ ଏବଂ ୪୬.୭ ପ୍ରତିଶତଙ୍କୁ ନିକଟ ଦୃଷ୍ଟି ପାଇଁ ଚିକିତ୍ସାର ଆବଶ୍ୟକତା ରହିଛି । ଦିଲ୍ଲୀର ଆଇଆଇଟି ଦ୍ୱାରା ପ୍ରକାଶ ପାଇଛି ଏହି ରିର୍ପୋଟ। ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରାୟ ୪୪.୩ ପ୍ରତିଶତ ଡ୍ରାଇଭରଙ୍କ ବଡି ମାସ୍ ଇଣ୍ଡେକ୍ସ ବା ବିଏମ୍ଆଇ ସୀମା ବା ତା’ଠାରୁ ଅଧିକ ଥିବା ବେଳେ ୫୭.୪ ପ୍ରତିଶତ ଡ୍ରାଇଭରଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ୧୮.୪ ପ୍ରତିଶତ ଚାଳକଙ୍କ ରକ୍ତଶର୍କରା ଅଧିକ ରହିଛି। ଆଇଆଇଟି ଦିଲ୍ଲୀ ଫୋରସାଇଟ୍ ଫାଉଣ୍ଡେସନ ସହଯୋଗରେ ଏହି ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟର ଡ୍ରାଇଭରଙ୍କୁ ଯାଞ୍ଚ କରାଯାଇଥିଲା। ଏଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତାମିଲନାଡୁ ରାଜ୍ୟର ମୋଟ ୫୦ ହଜାର ଟ୍ରକ୍ ଡ୍ରାଇଭର ସାମିଲ ଥିଲେ। ପ୍ରାୟ ୩୩.୯ ପ୍ରତିଶତ ଟ୍ରକ୍ ଚାଳକ ମଧ୍ୟମ ମାନସିକ ଚାପରେ ଥିବା ବେଳେ ୨.୯ ପ୍ରତିଶତ ଲୋକ ମାନସିକ ଚାପରେ ରହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking