14.1 C
Bhubaneswar
Sunday, December 7, 2025
Homeଓଡିଶାଆଜିଠୁ ଉତ୍କର୍ଷ ଓଡିଶା କନକ୍ଲେଭ : ଓଡିଶା ଆସୁଛନ୍ତି ମୋଦି

ଆଜିଠୁ ଉତ୍କର୍ଷ ଓଡିଶା କନକ୍ଲେଭ : ଓଡିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡିଶା କନକ୍ଲେଭ ଉଦଘାଟନ  ପାଇଁ ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ଲ୍ୟୁ ବୁକ ଗାଇଡଲାଇନ ମୁତାବକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରୁଟ ଲାଇନିଂ ଓ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ୱରୁ କାରକେଡ ରିହର୍ସଲ ବି ହୋଇଛି । ଉତ୍କର୍ଷ ଓଡିଶା କାଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ  ସୁରକ୍ଷା ପାଇଁ  ମୋଟ ୬୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ୪୦୦ରୁ ଉଦ୍ଧ୍ୱ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱରେ ରହିଛନ୍ତି । ଭୁବନେଶ୍ୱରରେ ଅଢେଇ ଘଣ୍ଟା ରହିବେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ।  ଆଜି ପୂର୍ୱାହ୍ନ ୧୦ଟା ୩୫ରେ  ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମୋଦୀ ।  ସେଠାରୁ ୧୦ଟା ୫୫ ମିନିଟରେ ଜନତା ମଇଦାନରେ  ସେ ପହଞ୍ଚିବେ । କନକ୍ଲେଭ ୨୦୨୫ରେ ମୋଦୀ ଦିନ ୧୧ଟାରୁ  ଅପରାହ୍ଣ ୧୨ଟା ୩୦ ଯାଏଁ  ଉପସ୍ଥିତ ରହିବେ ।  ଏହାପରେ ମଧ୍ୟାହ୍ନ ୧୨ଟା ୩୫ରେ  ବିମାନ ବନ୍ଦରରୁ ବାହାରି ଘଟଣାସ୍ଥଳରୁ  ୧୨ଟା ୫୫ ମିନିଟରେ ଦିଲ୍ଲୀ ଫେରିଯିବେ । ଏହି କନକ୍ଲେଭରେ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି । ୨୦ଟି ରାଷ୍ଟ୍ରରୁ ଅଂଶଗ୍ରାହଣକାରୀ ଆସୁଛନ୍ତି ।  ୧୬ଟି ରାଷ୍ଟ୍ର ଉପରେ ଫୋକସ ରହିଛି । ୫ ଲକ୍ଷ କୋଟିର ପୁଞ୍ଜି ନବିନିଯୋଗ ପ୍ରସ୍ତାବର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking