31.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ୍ : ଅବ୍‌ଦୁସାତ୍ତୋରୋଭ୍‌ଙ୍କୁ ଡ୍ର’ରେ ରୋକିିଲେ ଗୁକେଶ

ଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ୍ : ଅବ୍‌ଦୁସାତ୍ତୋରୋଭ୍‌ଙ୍କୁ ଡ୍ର’ରେ ରୋକିିଲେ ଗୁକେଶ

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନ୍ ଡି. ଗୁକେଶ୍ ନେଦରଲାଣ୍ଡର ୱିଜ୍‌କ ଆନ୍ ଜି’ରେ ଚାଲିଥିବା ଟାଟା ଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ୍‌ର ୬ଷ୍ଠ ରାଉଣ୍ଡ୍‌ରେ ସଂଯୁକ୍ତ ଭାବେ ଶୀର୍ଷରେ ଥିବା ଉଜ୍‌ବେକିସ୍ତାନର ନୋଦିରବେକ୍ ଅବ୍‌ଦୁସାତ୍ତୋରୋଭ୍‌ଙ୍କ ସହ ଡ୍ର’ ଖେଳିଛନ୍ତି। ଅନ୍ୟପକ୍ଷରେ ଆର୍‌. ପ୍ରଜ୍ଞାନନ୍ଦ ଡିଫେଣ୍ଡିଂ ଚାମ୍ପିଅନ୍ ଚୀନ୍‌ର ୱେଇ ୟି’ଙ୍କ ସହିତ ପଏଣ୍ଟ ଭାଗ କରିଛନ୍ତି। ଅବ୍‌ଦୁସାତ୍ତୋରୋଭ୍ ଓ ପ୍ରଜ୍ଞାନନ୍ଦ ସମ୍ଭାବିତ ୬ରୁ ୪.୫ ପଏଣ୍ଟ ସହିତ ସଂଯୁକ୍ତ ଭାବେ ଶୀର୍ଷରେ ଥିବାବେଳେ ଗୁକେଶ୍ ୪ ପଏଣ୍ଟ୍ ନେଇ ସେମାନଙ୍କ ପଛରେ ରହିଛନ୍ତି। ବର୍ଷର ପ୍ରଥମ ବୃହତ୍ ଟୁର୍ଣ୍ଣାମେଣ୍ଟ୍‌ରେ ଏବେ ଆଉ ୭ ରାଉଣ୍ଡ୍ ମ୍ୟାଚ୍ ଖେଳାଯିବାର ଅଛି। ଟୁର୍ଣ୍ଣାମେଣ୍ଟ୍‌ରେ ଭାରତର ପି. ହରିକୃଷ୍ଣ, ସର୍ବିୟାର ଆଲେକ୍ସି ସରନା ଓ ସ୍ଲୋଭାନିଆର ଭ୍ଲାଦିମିର ଫେଡେସିଭ୍ ୩.୫ ପଏଣ୍ଟ୍ ସହ ସଂଯୁକ୍ତ ଭାବେ ୪ର୍ଥ ସ୍ଥାନରେ ରହିଛନ୍ତି। ଅବ୍ଦୁସାତ୍ତୋରୋଭ୍‌ଙ୍କ ବିପକ୍ଷ ଚ୍ୟାଲେଞ୍ଜିଂ ମ୍ୟାଚ୍‌ରେ ଗୁକେଶ ପ୍ରତ୍ୟାବର୍ତ୍ତନ କରିବା ସହିତ ୬୪ ମୁଭ୍ ପରେ ଡ୍ର’ ରଖିବାକୁ ସହମତ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking