ନୂଆଦିଲ୍ଲୀ : ଗଣତନ୍ତ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାକୁ ଭାରତରେ ପହଞ୍ଚିଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ ସୁବିଆଣ୍ଟୋ । ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଇଣ୍ଡୋନେସିଆର ରାଷ୍ଟ୍ରପତିକୁ ସ୍ୱାଗତ ଜଣାଇଥିଲେ । ଗତବର୍ଷ ରାଷ୍ଟ୍ରପତି ହେବା ପରେ ପ୍ରାବୋଓ ସୁବିଆଣ୍ଟୋ ଏହା ହେଉଛି ପ୍ରଥମ ଭାରତ ଗସ୍ତ । ଦୁଇ ଦେଶ ଭିତରେ ଆହୁରି ସମ୍ପର୍କକୁ ଦୃଢ କରିବେ ବୋଲି ଉଭୟ ଦେଶ ଆଶା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସୁରକ୍ଷା ପ୍ରତିରକ୍ଷା ଏବଂ ସହେଯାଗ ଭଳି କ୍ଷେତ୍ରରେ ଆଲୋଚନା କରୁଛି । ଏହା ପରେ ରାଜଘାଟ ଯାଇ ଗାନ୍ଧୀଜିଙ୍କର ସମାଧି ସ୍ଥଳରେ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିସହ ପ୍ରଧାନମୁନ୍ତ୍ରୀଙ୍କୁ ହାଇଦ୍ରାବାଦ ହାଉସରେ ଭେଟି ଅନ୍ୟ ପ୍ରସଙ୍ଗରେ ଆଲୋଚନା ମଧ୍ୟ ସେ କରିଛନ୍ତି । ଆସନ୍ତାକାଲି ଗଣତନ୍ତ୍ର ଦିବସର ପ୍ୟାରେଡରେ ଯୋଗ ଦେବା ପାଇଁ ବେଶ ଖୁସି ଅଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ।










