26.1 C
Bhubaneswar
Tuesday, March 3, 2026
Homeଓଡିଶାଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘ (ଓ. ପି. ଡି. ସି. ଇ ୟୁ)...

ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘ (ଓ. ପି. ଡି. ସି. ଇ ୟୁ) ଡାକରାରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ଵର:  ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଓଡ଼ିଶା ସରକାରଙ୍କ ଏକ ନିଗମ, ଯେଉଁଥ‌ିରେ ଓଡ଼ିଶାର ବିଭିନ୍ନ ଅଂଚଳରେ ଶତାଧିକ କର୍ମଚାରୀ ବିଭିନ୍ନ ବିଭାଗରେ ବର୍ଷ ବର୍ଷ ଧରି ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଅନେକ କର୍ମଚାରୀ ଅତ୍ୟନ୍ତ ସ୍ବଳ୍ପ ବେତନରେ ଶେଷ ପର୍ଯ୍ୟନ୍ତ ଠିକାରେ କାମ କରି ଅବସର ଗ୍ରହଣ କରୁଛନ୍ତି । ବର୍ଷ ବର୍ଷ ଧରି ଠିକା କର୍ମଚାରୀ ମାନେ ନିଗମ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କର ଦାବୀ ଜଣାଇ ଆସିଥିଲେ ମଧ୍ୟ କର୍ତ୍ତୃପକ୍ଷ ସେଥୁପ୍ରତି ସାମାନ୍ୟତମ କର୍ଣ୍ଣପାତ କରୁନାହାଁନ୍ତି। ସେଥ‌ିପାଇଁ କର୍ମଚାରୀ ମାନେ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ କର୍ମଚାରୀ ସଂଘ (ଓ. ପି. ଡି. ସି. ଇ. ୟୁ) ଗଠନ କରି ଏହାର ନେତୃତ୍ବରେ ବିଭିନ୍ନ ସମୟରେ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବା, ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ବେତନ ପ୍ରଦାନ କରିବା ଏବଂ ଅବସର ଗ୍ରହଣ ସମୟରେ ସର୍ବନିମ୍ନ ୩ ମାସର ଦରମା ପ୍ରଦାନ କରିବା ଆଦି ଦାବୀରେ କର୍ତ୍ତୃପକ୍ଷ ଙ୍କୁ ଦାବିପତ୍ର ପ୍ରଦାନ କରି ଆସିଛନ୍ତି । ମାତ୍ର କତୃପକ୍ଷ ବାରମ୍ବାର ଆଲୋଚନା ଡାକୁଥିଲେ ମଧ୍ୟ କୌଣସି ଦାବୀ ପୁରଣ କରି ନାହାଁନ୍ତି । ସେଥ‌ିପାଇଁ ନିଗମର କର୍ମଚାରୀ ସଂଘ ପକ୍ଷରୁ ଜାନୁଆରୀ ୬ ତାରିଖ ଦିନ ନିଗମ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଜାନୁଆରୀ ୨୦ ତାରିଖ ମଧ୍ୟରେ ଦାବୀ ପୁରଣ ନ ହେଲେ ୨୧ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଧର୍ମଘଟର ଡାକରା ଦିଆ ଯାଇଥିଲା। ଏହି ଉପଲକ୍ଷେ ଗତକାଲି ୨୦ ତାରିଖରେ ଓ ପି ଡି ସି କର୍ତ୍ତୃପକ୍ଷ  ତାଂକ ଚାମ୍ବରକୁ ଡାକି ସ୍ପଷ୍ଟ ଭାବରେ ମନା କରିଦେଇଥିଲେ କି ମୁଁ କିଛି କରିପାରିବି ନାହିଁ । କାରଣ, ନିଗମର ବୋର୍ଡ ଅଫ୍ ଡାଇରେକ୍ଟର ବୈଠକ ଚେୟାରମ୍ୟାନ ନିଯୁକ୍ତ ନହୋଇଥିବା କାରଣରୁ ବସି ପାରୁନାହଁ। ତେଣୁ ୟୁନିୟନର ପୂର୍ବ ନିଷ୍ପତ୍ତି ମୁତାବକ ତା ୨୧/୦୧/୨୦୨୫ ରିଖ ଆଜି ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ନିଜର କର୍ମସ୍ଥଳୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାମ ବନ୍ଦ କରିବା ସହିତ ନିଗମର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି ବୋଲି ଓଡ଼ିଶା ମତ୍ସ୍ୟ ଚାଷ ଉନ୍ନୟନ ନିଗମ କର୍ମଚାରି ସଂଘର ସଭାପତି ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଏବଂ ସାଧାରଣ ସମ୍ପାଦକ ବିପ୍ଳବ କୁମାର ଜେନା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking