ପ୍ରୟାଗରାଜ : ମହାକୁମ୍ଭମେଳା ୧୨ ବର୍ଷ ପରେ ପୁନର୍ୱାର ପ୍ରୟାଗରାଜ ଠାରେ ଅନୁଷ୍ଠିତ ହୋଇଛି । ଏହା ଜାନୁଆରୀ ୧୩ରୁ ୨୬ ପଯ୍ୟନ୍ତ ଚାଲିବ । ଯେଉଁଠାରେ ଭାରତ ଏବଂ ବିଦେଶରୁ ପଯ୍ୟଟକ ଭ୍ରମଣ କରିବାକୁ ଆସୁଛନ୍ତି । ଏହା ସହିତ ତୀର୍ଥଯାତ୍ରୀ ମାନେ ବିଶାଳ ମେଳାର ସଙ୍ଗମରେ ବୁଡ ପକାଉଛନ୍ତି ା କେବଳ ବିଦେଶ ଯାତ୍ରୀ ନୁହଁନ୍ତି ଅନେକ ବଲିଉଡ ତାରକା ମଧ୍ୟ ଆସିଥିଲେ । । ଏହି କୁମ୍ଭମେଳାରେ ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ବ୍ୟତୀତ ରଣବୀର କପୁର , ଆଲିଆ ଭଟ୍ଟ , କରୀନା କପୁର . ତମନ୍ନା , ଅମିତାଭ ବଚନ , ସାରୁଖାନ , ସଲମାନଖାନ ଆସି ତ୍ରିବେଣୀରେ ବୁଡ ପକାଇଥିଲେ । ସେଲିବ୍ରିଟିମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ମିଳନ ହୋଇଥିବା ସଙ୍ଗମରେ ପବିତ୍ର ରୀତିନୀତିରେ ବୁଡ଼ ପକାଇ ସେମାନଙ୍କ ପରିବାର ସହିତ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ପ୍ରତି ୧୨ ବର୍ଷରେ ଏହି ମେଳା ଦେଶର ଚାରୋଟି ସହର ପ୍ରୟାଗରାଜ , ହରିଦ୍ୱାର , ଉଜ୍ଜୟିନୀ ଏବଂ ନାସିକରେ ଆୟୋଜିତ ହୋଇଥାଏ । ଚଳିତ ଥର ଏକ ଡୋମ ସିଟି ନିର୍ମାଣ କରାଯାଇଛି । ଯେଉଁଠାରେ ମହାକୁମ୍ଭର ୩୬୦ ଡିଗ୍ରୀ ଦୃଶ୍ୟ ଦେଖିବାକୁ ମିଳିବ । ଏହି ଡୋମ ସିଟିରେ ଗୋଟିଏ ରାତି ରହିବାର ଭଡା ୧ ଲକ୍ଷ ୧୦ ହଜାର ଟଙ୍କା । ଏଥି ସହିତ ଡୋମ ସିଟି ତଳେ ରହିବା ପାଇଁ ଛୋଟ କୁଟୀର ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାର ଭଡା ୮୧ ହଜାର ଟଙ୍କା । ଏହିଥର ଆଇକନିକ୍ ଇଭେଣ୍ଟ ମହା କୁମ୍ବ ମେଲା ଆଧ୍ୟାତ୍ମିକତା ଏବଂ ଚମତ୍କାର ହୋଇଛି ା










