ଭୁବନେଶ୍ୱର : ରାଜ୍ୟରେ ଅନୂଭୁତ ହେଉଛି ଘନକୁହୁଡି । ଏନେଇ ୬ ଜିଲ୍ଲାକୁ ୟେଲ୍ଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସୁନ୍ଦରଗଡ , କେନ୍ଦୁଝର , ଝାରସୁଗୁଡା , ନୟାଗଡ, କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିଲା । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସିଆସିଥିଲା ଦୃଶ୍ୟମାନ କ୍ଷମତା । ଆସନ୍ତା ୫ ଦିନ ପର୍ୟ୍ୟନ୍ତ ପାଗ ଶୁଖିଲା ରହିବା ସହ ୩ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ ।