22.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶସାଉଦିରେ ୧୦ ହଜାର ପାକିସ୍ତାନୀଙ୍କୁ ଜେଲଦଣ୍ଡ

ସାଉଦିରେ ୧୦ ହଜାର ପାକିସ୍ତାନୀଙ୍କୁ ଜେଲଦଣ୍ଡ

ରିୟାଦ: ପାକିସ୍ତାନ ନିଜେ ସ୍ୱୀକାର କରିଛି ଯେ, ସାଉଦି ସରକାର ଏବେ ପାକିସ୍ତାନୀ ନାଗରିକଙ୍କ ପାଇଁ କଠୋରରୁ ଅଧିକ କଠୋର ମନୋଭାବ ପୋଷଣ କରୁଛନ୍ତି। ରିପୋର୍ଟ ଅନୁସାରେ ପାକିସ୍ତାନ ସଂସଦରେ ଦେଶର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର କହିଛନ୍ତି, ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୨୦ହଜାର ପାକିସ୍ତାନୀ ନାଗରିକ ଜେଲରେ ଅଛନ୍ତି। ଯେଉଁଥିରୁ କେବଳ ସାଉଦିଆରବ ଜେଲରେ ୧୦ହଜାରରୁ ଅଧିକ ପାକିସ୍ତାନୀ ବନ୍ଦୀ ଅଛନ୍ତି। ସାଉଦି ଜେଲରେ ବନ୍ଦୀ ଥିବା ଏହି ପାକିସ୍ତାନୀମାନେ ଅନେକ ଅପରାଧରେ ଜଡିତ ଥିଲେ।

୧୯,୯୯୭ ଜଣ ପାକିସ୍ତାନୀ ବିଦେଶୀ ଜେଲରେ ବନ୍ଦୀ ଥିବା ବେଳେ ଏମାନଙ୍କ ମଧ୍ୟରୁ କେବଳ ସାଉଦି ଆରବରେ ୧୦,୨୭୯ ଜଣ ପାକିସ୍ତାନୀ ଜେଲରେ ଅଛନ୍ତି। ତେବେ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି। ଯେଉଁମାନଙ୍କର ଦଣ୍ଡ ସମାପ୍ତ ହେଉଛି ଏବଂ ସେମାନଙ୍କର ଯାତ୍ରା ଡକ୍ୟୁମେଣ୍ଟର ମିଆଦ ଶେଷ ହୋଇଯାଇଛି, ସେମାନଙ୍କୁ ପୁନଃ ଜାରି କରାଯାଉଛି। ଇଶାକ ଦାର ପାକିସ୍ତାନୀ ସମ୍ପ୍ରଦାୟକୁ ସେମାନଙ୍କ ଦଣ୍ଡାଦେଶ ପୂରଣ କରିଥିବା ଲୋକଙ୍କ ଜରିମାନା ଦେବାକୁ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ପାକିସ୍ତାନୀ ଲୋକଙ୍କୁ ଦେଶକୁ ଫେରାଇ ଆଣିବାରେ କୌଣସି ପ୍ରତିବନ୍ଧକ ନାହିଁ। ସେହିପରି ପାକିସ୍ତାନ ଜେଲ୍‌ରେ ଥିବା ସାଉଦିଆରବର ପ୍ରାୟ ୫୭୦ ଜଣ କଏଦୀଙ୍କୁ ସ୍ୱଦେଶ ଫେରାଇବାକୁ ପାକିସ୍ତାନ ରାଜି ହୋଇଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking