34.1 C
Bhubaneswar
Monday, February 23, 2026
Homeଓଡିଶାବ୍ଯାସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ୫୪ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ବ୍ଯାସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ୫୪ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ଯାଜପୁର ବୁଧବାର ଉଭୟ ବ୍ଯସନଗରର ସ୍ବୟଂ ଶାସିତ ମହାବିଦ୍ୟାଳୟ ଓ ବ୍ଯସନଗରର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆନୁକୂଲ୍ୟରେ ୫୪ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦ୍ବିବେଦୀ ଖେଳାଳି ମାନଙ୍କଠାରୁ କ୍ରୀଡାମସାଲ ଗ୍ରହଣ କରି ତଥା କ୍ରୀଡ଼ା ପତାକାକୁ ଉତ୍ତୋଳନ କରି କ୍ରୀଡ଼ା ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ। ଏହି ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ କ୍ରୀଡ଼ା ଶିକ୍ଷକ ଶ୍ରୀ ନିରଞ୍ଜନ ପୃଷ୍ଟି ଅତିଥିମାନଙ୍କୁ ମଞ୍ଚକୁ ପାଛୋଟି ନେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। କ୍ରୀଡ଼ା ବିଭାଗ ର ଉପସଭାପତି କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଜଗବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ର ଆରମ୍ଭରେ ପୁଷ୍ପ ଗୁଚ୍ଛ ଦିଆଯାଇ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ଅତିଥି ଖେଳାଳି ମାନଙ୍କୁ ଶପଥ ପାଠ କରାଇବା ପରେ କ୍ରୀଡ଼ା ଆରମ୍ଭ ହୋଇଥିଲା। ପ୍ରଥମେ ୧୫୦୦ ମିଟର ଦୈଡ ତାପରେ ୮୦୦ ମିଟର,୨୦୦ ମିଟର ,୧୦୦ ମିଟର ପ୍ରଭୃତି ଦୈାଡ , ଡିସ୍ କସ୍ ଥ୍ରୋ , ସଟ୍ ଫୁଟ ଥ୍ରୋ , ଲମ୍ବ ଡିଆଁ, ଉଚ୍ଚ ଡିଆଁ ପ୍ରଭୃତି ଅନେକ କ୍ରୀଡ଼ା ଉଭୟ+୨ ବାଳକ ବାଳିକା ବର୍ଗରେ ଏବଂ +୩ ବାଳକ ବାଳିକା ବର୍ଗରେ କରାଯାଇଥିଲା । ଆସନ୍ତାକାଲି ଉଦ୍ ଯାପନ ଉତ୍ସବ ରେ ଆଜି ର ବିଭିନ୍ନ ବର୍ଗର କ୍ରୀଡ଼ା ରେ ବିଜୟୀ ହୋଇଥିବା ପ୍ରତିଯୋଗୀ ଓ ପ୍ରତିଯୋଗୀନି ମାନଙ୍କୁ ପ୍ରମାଣପତ୍ର,ମେଡାଲ୍ ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରିଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବଳକା ରହିଥିବା ବିଭିନ୍ନ ବର୍ଗର କ୍ରୀଡ଼ା ଗୁଡିକ ଅନୁଷ୍ଠିତ ହେବା ସହିତ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ନବକୃଷ୍ଣ ଜେନା ( ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର) ଙ୍କ ଦ୍ବାରା କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯିବା ର କାର୍ଯ୍ୟକ୍ରମ ରହିଛି। ଆଜିର କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିକୁ କ୍ରୀଡ଼ା ଶିକ୍ଷକ ଶ୍ରୀ ଯୁକ୍ତ ନିରଞ୍ଜନ ପୃଷ୍ଟି,, ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ଦାଶ, ଶ୍ରୀମତି ତପସ୍ଵିନୀ ଦାଶ ଓ ଶ୍ରୀ ଯୁକ୍ତ ସଞ୍ଜୟ ଦାଶ ପରିଚାଳନା କରିଥିଲେ। କ୍ରୀଡ଼ା ବିଭାଗ ର ସହକାରୀ ଉପସଭାପତି ଜୀବନ ବନ୍ଧୂ ଦାସ , ଡଃ ରଞ୍ଜନ କୁମାର ସାହୁ, ଜଗବନ୍ଧୁ ସାହୁ, ପ୍ରଦୋଶ ରଞ୍ଜନ ରାୟ, କ୍ରୀଷ୍ଣା ବିତ୍ ରାଉତ, ସୁବାସିନୀ ମିଶ୍ର ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢ଼ୀ, ଗୈରାଙ୍ଗ ଚରଣ ମଲ୍ଲିକ, ଡଃ ଅକ୍ଷୟ କୁମାର ମହାନ୍ତି, ପ୍ରଭାତ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ସାହୁ, ଡଃ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ , ସନ୍ତୋଷ ରଥ , ଅଜୟ କୁମାର ମହାକୁଡ଼ ଓ ବିବେକାନନ୍ଦ ଜେନା ପ୍ରଭୃତି ଅଧ୍ୟାପକ ଓ ଅଧ୍ୟାପିକା ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking