ମୟୁରଭଞ୍ଜ : ଶିମିଳିପାଳରେ କଳଳା ବାଘକୁ ମାରିଥିବା ଅଭିଯୋଗରେ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ସୂଚନା ମିଳିଛି । ୪ ଜଣଙ୍କ ନିକଟରୁ ବାଘ ଚମଡା , ନଖ ଜବତ କରାଯାଇଛି । ୪ ଜଣ ଶିକାରୀଙ୍କୁ ବନବିଭାଗ ମୟୁରଭଞ୍ଜର ତେନ୍ତୁଲା ଓ ବାଲିଘାଟ ଗ୍ରାମରୁ ଗିରଫ କରିଛି । ପୂର୍ବରୁ ବାଘ ନଖ ଓ ଦାନ୍ତ ଜବତ ସହିତ ୨ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପୂର୍ବ ଅଧିକ ତଦନ୍ତ ପରେ ଏହି ସଫଳତା ମିଳିଛି ।










