20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶ୨୧ ବର୍ଷିୟ ଛାତ୍ରଙ୍କ ମୃତଦେହକୁ ହଷ୍ଟେଲରୁ ଉଦ୍ଧାର

୨୧ ବର୍ଷିୟ ଛାତ୍ରଙ୍କ ମୃତଦେହକୁ ହଷ୍ଟେଲରୁ ଉଦ୍ଧାର

ନୂଆଦିଲ୍ଲୀ: ଆଇଆଇଟି ଖଡ଼ଗପୁରରେ ପଢୁଥିବା ଜଣେ ୨୧ ବର୍ଷିୟ ଛାତ୍ରଙ୍କ ମୃତଦେହକୁ ହଷ୍ଟେଲରୁ ଉଦ୍ଧାର କରାଯାଇଛି। ରବିବାର ଛାତ୍ରଙ୍କ ବାପା,ମା’ ତାଙ୍କୁ ଭେଟିବା ପାଇଁ ହଷ୍ଟେଲ ଯାଇଥିବାବେଳେ ସେ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିବା ନେଇ ଜଣାପଡିଥିଲା। ଆଇଆଇଟି ଖଡ଼ଗପୁରରେ ପଢୁଥିବା ଶୌନ ମଲ୍ଲିକ ଇଲେକ୍ଟ୍ରିକାଲ ଇଂଜିନିୟରି ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲେ। ରବିବାର ଛୁଟି ଦିନ ଥିବାରୁ ତାଙ୍କ ବାପା,ମା’ ତାଙ୍କୁ ଭେଟିବାକୁ ଆସିଥିଲେ। ଶୌନଙ୍କୁ ବାରମ୍ବାର କଲ କରିବା ପରେ ମଧ୍ୟ ସେ କବାଟ ଖୋଲି ନଥିଲେ। ବାଧ୍ୟ ହୋଇ ତାଙ୍କ ବାପା,ମା’ ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ସହାୟତାରେ କବାଟ ଭାଙ୍ଗି ରୁମ ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ରୁମ ମଧ୍ୟରେ ଶୌନଙ୍କ ଝୁଲନ୍ତା ମୃତଦେହ ମିଳିଥିବା ନେଇ ଆଇଆଇଟିର କତ୍ତୃପକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି।

“କ’ଣ ପାଇଁ ଶୌନ ଏଭଳି ପଦକ୍ଷେପ ନେଲେ ତାହା ଜଣା ପଡିନାହିଁ। ପ୍ରତି ରବିବାର ଭଳି ଏ ରବିବାର ପିଲାଟିର ବାପା,ମା’ ଖାଇବା ଧରି ତାକୁ ଭେଟିବାକୁ ଆସିଥିଲେ। ସେମାନେ ହିଁ ପ୍ରଥମେ ଶୌନଙ୍କ ମୃତଦେହ ପ୍ରଥମେ ଦେଖିଥିଲେ। ପିଲାଟି ପାଠ ପଢାରେ ବହୁ ଭଲ କରୁଥିଲା” ବୋଲି ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ଅମିତ ପାତ୍ର କହିଛନ୍ତି। “ଏହି ଘଟଣାରେ କୌଣସି ବି ସଂନ୍ଧିଗ୍ଧ ଜିନିଷ ମିଳିନାହିଁ। କଲେଜର ସମସ୍ତ ସାର ମାନଙ୍କ ସହ ପିଲାଟିର ଭଲ ସମ୍ବଦ୍ଧ ଥିଲା। ମୋ ଜାଣିବାରେ ସାଙ୍ଗ ମାନଙ୍କ ସହ ବି ସେ ବହୁତ ସହଜ ଥିଲା। ତେବେ କଲେଜର ଜଣେ ଲ୍ୟାବ ଆସିଷ୍ଟାଣ୍ଡଙ୍କ କିଛିଦିନ ତଳେ ମୃତ୍ୟୁ ହୋଇଥିଲା। ହେଲେ ଏ ଘଟଣା ସହ ସେ ଘଟଣାର କୌଣସି ମଧ୍ୟ ଲିଙ୍କ ନାହିଁ” ବୋଲି ସେ ଆହୁରି ମଧ୍ୟ କହିଛନ୍ତି। ଶୌନଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ମେଦିନିପୁର ମେଡିକାଲ କଲେଜକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ତେବେ ଖବର ଲେଖା ହେବା ସୁଦ୍ଧା ତାଙ୍କ ପୋଷ୍ଟମର୍ଟମ ସରିଯାଇଥିବା ଜଣାପଡିଛି। ଏ ଘଟଣାରେ ବର୍ତ୍ତମାନ ପୋଲିସ ତଦନ୍ତ କରୁଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking