ଭୁବନେଶ୍ୱର: ମଣ୍ଡିରେ ସମବାୟ କର୍ମଚାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମିଲର ମନମାନୀ କରୁଥିଲେ ବିଭାଗକୁ ଜଣାଇବା ପାଇଁ ମନ୍ତ୍ରୀ କହିଛନ୍ତି । ଥାନାରେ ଏଫଆଇଆର ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ମିଲର ହାତଗୁଞ୍ଜା ଦେଇ ଏପଟସେପଟ କରନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି ।